ଆସନ୍ତା ୬ରୁ ଧଉଳି-କଳିଙ୍ଗ ମହୋତ୍ସବ

ଆସନ୍ତା ୬ରୁ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର : ଆସନ୍ତା ୬ରୁ ଆରମ୍ଭ ହେବ ୨୨ତମ ଧଉଳି-କଳିଙ୍ଗ ମହୋତ୍ସବ । କଳିଙ୍ଗ ବୀରମାନଙ୍କ ବୀରତ୍ୱର ଗାଥାକୁ ମନେପକାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଡ୍ୟାନ୍ସ ଏକାଡେମୀର ଆୟୋଜନ ତଥା ସଂସ୍କୃତି ମନ୍ତ୍ରଣାଳୟ, ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱର ଆର୍ଟ ଭିଜନର ସହଯୋଗରେ ଏହି ସମାରୋହ ହେବାକୁ ଯାଉଛି। ଏଥିରେ ଭାରତ ତଥା ଭାରତ ବାହାରୁ ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ନୃତ୍ୟଶିଳ୍ପୀମାନେ ଯୋଗଦେଇ କଳା ପରିବେଷଣ କରିବେ। ନୃତ୍ୟ ଓ ସଙ୍ଗୀତ ପରିବେଷଣ ମାଧ୍ୟମରେ ଶାନ୍ତିସ୍ତୂପକୁ ସାକ୍ଷୀ ରଖି କଳାକାରମାନେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିବେ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବିଶିଷ୍ଟ ନୃତ୍ୟଶିଳ୍ପୀ, ସଙ୍ଗୀତ ସାଧକ ଓ ନାଟ୍ୟକାରମାନଙ୍କୁ ବୁଦ୍ଧ ସମ୍ମାନ, ସ୍ବର୍ଣ୍ଣ ସ୍ମାରକୀ ସମ୍ମାନ ଏବଂ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ ବୋଲି ଓଡିଶା ଡ୍ୟାନ୍ସ ଏକାଡେମୀର ମୁଖ୍ୟ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି ସୂଚନା ଦେଇଛନ୍ତି । ୩ଦିନ ଧରି ସାଂସ୍କୃତିକ ସମାରୋହରେ ଝୁମିବ ଧଉଳି ପାଦଦେଶ। କଲାପ୍ରେମୀମାନେ ଏହି ସମାରୋହରେ ଯୋଗଦେବାକୁ ବିଭାଗ ତରଫରୁ ନିବେଦନ କରାଯାଇଛି ।

ସମ୍ବନ୍ଧିତ ଖବର ବିବାହ କଥା ମିଛ

 

ସମ୍ବନ୍ଧିତ ଖବର ପ୍ରଥମଥର ଏକାଠି

Tags: