ବିହାର ବିଜୟପରେ ଭୁବନେଶ୍ୱର ବିମାନ ବନ୍ଦରରେ ଧର୍ମେନ୍ଦ୍ରଙ୍କୁ ବିପୁଳ ସମ୍ବର୍ଧନା

ବିହାର ବିଜୟପରେ ଭୁବନେଶ୍ୱର ବିମାନ ବନ୍ଦରରେ ଧର୍ମେନ୍ଦ୍ରଙ୍କୁ ବିପୁଳ ସମ୍ବର୍ଧନା

ଭୁବନେଶ୍ୱର : ବିହାର ନିର୍ବାଚନରେ ଚାଣକ୍ୟ ସାଜିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏନଡିଏର ବିପୁଳ ବିଜୟ ପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ପହଞ୍ଚିଛନ୍ତି । ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସହ ଦଳର ବହୁ ବରିଷ୍ଠ ନେତା, ମନ୍ତ୍ରୀ ଓ ବିଧାୟକ ଏବଂ ଶହ ଶହ କର୍ମକର୍ତ୍ତା ଧର୍ମେନ୍ଦ୍ରଙ୍କୁ ସ୍ୱାଗତ କରିଛନ୍ତି । 

ସମ୍ବନ୍ଧିତ ଖବର କୋଲ୍ଡ ଷ୍ଟୋରେଜ୍ ପାଇପ ଫାଟି ବିଷାକ୍ତ ଆମୋନିଆ ଗ୍ୟାସ ଲିକ

ବିହାର ନିର୍ବାଚନ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ପୁରୀ, ଭଦ୍ରକ ଓ କଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବା ପରେ ଶତାଧିକ କର୍ମୀ ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ବିହାର ବିଜୟ ମୋଦୀଙ୍କ ନେତୃତ୍ୱକୁ ବଡ ସ୍ୱୀକୃତି । ବିହାରରେ ଲଗାତାର ୨୦ବର୍ଷ ଶାସନ ପରେ ବି ପୁଣି ଥରେ ଏନଡିଏ ବିଜୟୀ ହୋଇଛି ।  ପୁରା ଦେଶରେ କଲ୍ୟାଣକାରୀ ଶାସନ ଚାଲିଥିବାରୁ ଲୋକଙ୍କ ପାଖରେ ଏନଡିଏ ଆସ୍ଥାଭାଜନ ହୋଇପାରିଛି ।

ସମ୍ବନ୍ଧିତ ଖବର ଆରମ୍ଭ ହେଲା ରତ୍ନଭଣ୍ଡାର SOP କୁ ନେଇ ବୈଠକ

କଂଗ୍ରେସ ଦଳର ନକରାତ୍ମକ ରାଜନୀତି ଏବଂ ଦେଶ ବିଭାଜନ ଚିନ୍ତାଧାରାକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି । ସେହିପରି ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରିଥିବାରୁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । 
 

ସମ୍ବନ୍ଧିତ ଖବର ରାଜ୍ୟରେ ୭୪ଟି ଥାନାରେ କାମ କରୁନାହିଁ ସିସିଟିଭି

Tags: