୨୫ରୁ ଖୋଲିବ ଧାନ ମଣ୍ଡି
୩୦୦ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ଖୋଲିବ ଧାନ ମଣ୍ଡି । ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଧାନ ନେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ବି ଦାୟିତ୍ୱ ଦିଆଯାଇଛି। ପଞ୍ଜୀକୃତ ସମସ୍ତ ଚାଷୀଙ୍କଠାରୁ ଧାନ କିଣାଯିବ। ୩୨ଟି ମଡେଲ ମଣ୍ଡି ପାଇଁ ଟେଣ୍ଡର ହୋଇଛି। ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ମନ୍ତ୍ରୀ କହିଛନ୍ତି। ଯେବେ ଧାନ ରେଡି ହୋଇଯିବ ସେବେ ମଣ୍ଡି ଖୋଲିବ ।
ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଧାନ ଚାଷ ହେଇଛି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସମସ୍ତଙ୍କ ଠାରୁ ଧାନକିଣା ହେବ । ୧୦୦ଟି ମଡେଲ ମଣ୍ଡି ପାଇଁ ସରକାର ଯୋଜନା କରିଛନ୍ତି ।
Tags:



