ନଭେମ୍ବର ୩ ରେ ହେବ ଧାମନଗର ଉପନିର୍ବାଚନ

ଭୁବନେଶ୍ୱର ୦୩।୧୦ :ନଭେମ୍ବର ୩ରେ ହେବ ଉପନିର୍ବାଚନ। ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ ରହିଛି। ଅକ୍ଟୋବର ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ। ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବ। ୬ ତାରିଖରେ ଭୋଟ୍ ଗଣତି ହୋଇ ଫଳ ପ୍ରକାଶ ପାଇବ।ଏନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୁସାରେ […]

Samaya Live Picture
Published On

ଭୁବନେଶ୍ୱର ୦୩।୧୦ :ନଭେମ୍ବର ୩ରେ ହେବ ଉପନିର୍ବାଚନ। ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ ରହିଛି। ଅକ୍ଟୋବର ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ। ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବ। ୬ ତାରିଖରେ ଭୋଟ୍ ଗଣତି ହୋଇ ଫଳ ପ୍ରକାଶ ପାଇବ।ଏନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁସାରେ , ଗତ ସେପ୍ଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ତଥା ବିଜେପି ଦଳର ଟାଣୁଆ ନେତା ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଆସନ ଖାଲି ପଡିଛି । ଏହାପରେ ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଚାଲିଥିଲା । ହେଲେ ଏହି ସବୁ ଚର୍ଚ୍ଚାରେ ଅନ୍ତ ଲଗାଇଛନ୍ତି ନିର୍ବାଚନ କମିଶନର । ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ଧାମନଗର ଉପନିର୍ବାଚନ । ଶେଷରେ ନଭେମ୍ବର ୮ ସୁଦ୍ଧା ସମସ୍ତ ନିର୍ବାଚ ପ୍ରକ୍ରିୟା ଶେଷ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର ।

ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ଧରି କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। ଭୁବନେଶ୍ୱର ଏମ୍ସ ରେ ରହି ଚିକିତ୍ସିତ ହେଉଥିଲେ, ତେବେ ପରେ ଫୁସ୍‌ଫୁସ୍‌ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ମାସେ ଧରି ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତ ସେପ୍ଟେମ୍ବର ୧୯ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।