ଅଗଷ୍ଟ ୧୮ ଯାଏଁ ଘୁଞ୍ଚିଲା DGP ଚୟନ

ଅଗଷ୍ଟ ୧୮ ଯାଏଁ ଘୁଞ୍ଚିଲା DGP ଚୟନ
Samaya Live News Picture
Published On

କଟକ  : ଆସନ୍ତା ୧୮ ତାରିଖକୁ ଘୁଞ୍ଚିଲା ରାଜ୍ୟରେ ଡିଜିପି ଚୟନ । ଓଡ଼ିଶାରେ ଡିଜିପି ଚୟନକୁ ନେଇ ସୁପ୍ରିମକୋର୍ଟଙ୍କ ରୋକ । ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଚୟନ ପ୍ରକ୍ରିୟାରେ ସାମୟିକ ବ୍ରେକ୍ ଲାଗିଛି । ଅଗଷ୍ଟ ୧୮ ପର୍ଯ୍ୟନ୍ତ ଡିଜିପି ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ ଆଜି ସୁପ୍ରିମକୋର୍ଟ UPSCକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆଜି ହେବାକୁ ଥିବା UPSC ଏମ୍ପାନେଲମେଣ୍ଟ ବୈଠକକୁ ମଧ୍ୟ ସ୍ଥଗିତ ରଖିବାକୁ କୁହାଯାଇଛି । ଡିଜିପି ନିଯୁକ୍ତିରେ ଓଡ଼ିଶା ସରକାର ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗକାରୀ ସାମାଜିକ କର୍ମୀ ନ୍ଯାୟନ୍ତ ଦାସ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା (PIL )ଦାଖଲ କରିଛନ୍ତି । ଯାହା ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି କରି ଏହି ରାୟ ଦେଇଛନ୍ତି ।

ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ର ଉଲ୍ଲେଖ କରିବା ପରେ, ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ସୂଚନାନୁସାରେ, ଅଗଷ୍ଟ ୧୬ରେ ସରୁଛି ଡିଜିପି ୱାଇ. ବି . ଖୁରାନିଆଙ୍କ କାର୍ଯ୍ୟକାଳ । ତା’ ପୂର୍ବରୁ ରାଜ୍ୟ ସରକାର ନୂଆ ଡିଜିପିଙ୍କ ନାଁ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ତେବେ ଓଡ଼ିଶା ସରକାର ଡିଜିପି ଚୟନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକାରେ ଜଣେ କନିଷ୍ଠ ଅଧିକାରୀଙ୍କୁ ସାମିଲ କରିବାକୁ ଉଦ୍ୟମ କରୁଛି ଏବଂ ଏହା ସୁପ୍ରିମକୋର୍ଟଙ୍କ ୨୦୦୬ ମସିହାର ପ୍ରକାଶ ସିଂହ ମାମଲାରେ ଦିଆଯାଇଥିବା ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (PIL)ର ଆଜି ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଥିଲେ ।

ସୂଚନାନୁସାରେ, ଗତ ସୋମବାର ୧୯୯୪ ବ୍ୟାଚର ଦୁଇ ବରିଷ୍ଠ IPS ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ରାଜ୍ୟ ସରକାର DG ପାହ୍ୟାକୁ ପଦୋନ୍ନତି ଦେବା ପରେ ରାଜ୍ୟ ପୋଲିସ ମୁଖିଆ ଚୟନ ପାଇଁ ବାଟ ଫିଟିଥିଲା । ପୂର୍ବରୁ ବରିଷ୍ଠତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍ ପି କୋଚେଙ୍କ ନାମ ଆଗରେ ଥିଲା । ପ୍ୟାନେଲରୁ ସୁଶାନ୍ତ ନାଥଙ୍କ ନାଁ ବାଦ୍ ପଡ଼ିବା ପରେ ସଞ୍ଜୀବ ପଣ୍ଡାଙ୍କ ନାଁ ଆଗକୁ ଆଣିଥିଲେ ସରକାର । ତେବେ ବରିଷ୍ଠତା ତାଲିକାରୁ ଜଣଙ୍କୁ ବାଦ୍ ଦେବା ଓ ଅନ୍ୟ ଜଣଙ୍କୁ ଯୋଡ଼ିବା ପାଇଁ ସରକାରୀସ୍ତରରେ କସରତ ଏବେ ନାଟକୀୟ ମୋଡ଼ ନେଇଛି ।

 

Tags: