୩୦ରେ ଅବସର ନେବେ ଡିଜିପି ବିନୟତୋଷ ମିଶ୍ର
ଭୁବନେଶ୍ୱର : ପୋଲିସ ମହାନିର୍ଦ୍ଦେଶକ (DGP) ତଥା କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଆସନ୍ତା ନଭେମ୍ବର ୩୦, ୨୦୨୬ ତାରିଖରେ ଚାକିରିରୁ ଅବସର ନେବାକୁ ଯାଉଛନ୍ତି । ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନଭେମ୍ବର ୧୮ ତାରିଖରେ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
୧୯୯୩ ବ୍ୟାଚର ଆଇପିଏସ ବିନୟତୋଷ ମିଶ୍ର ଅଗଷ୍ଟ ୧୬ରେ ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ଅନ୍ତରୀଣ ଡିଜିପି ଦାୟିତ୍ଵ ନେଇଥିଲେ । ୬୦ ବର୍ଷ ବୟସ ପୂରଣ ହେବା କାରଣରୁ ସେ ନଭେମ୍ବର ୩୦ ତାରିଖରେ ଚାକିରିରୁ ଅବସର ନେବେ । ତାଙ୍କ ଅବସର ପରେ ରାଜ୍ୟ ପୋଲିସ ବିଭାଗରେ ଖୁବ୍ଶୀଘ୍ର ଜଣେ ନୂଆ ଡିଜିପିଙ୍କୁ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି।
ସୂଚନା ଥାଉକି, ଡିଜିପି ୱାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ସରିବା ପରେ ନୂଆ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଆଇନଗତ ବିବାଦ ଦେଖାଦେଇଥିଲା । ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି । ୨୭ ତାରିଖରେ ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଯଦି ୨୭ ତାରିଖରେ ରାୟ ପ୍ରକାଶ ପାଇବ ତେବେ ଡିସେମ୍ଵରରେ ନୂଆ ଡିଜିପି ନିଯୁକ୍ତି ହେବେ ବୋଲି କୁହାଯାଉଛି ।




