ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ ଡ଼ିଏଫଓ
ଭଦ୍ରକ: ଅଫିସରେ କାର୍ଯ୍ୟରତ ଅବସ୍ଥରେ ଡ଼ିଏଫଓଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ କାର୍ଯ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ (ଡ଼ିଏଫଓ) ସୌଭାଗ୍ୟ ରଞ୍ଜନ ସାହୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବାରୁଣାଡିଆ । ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତଳେ ପଡ଼ିଯାଇଥିଲେ। କର୍ମଚାରୀମାନେ ତାଙ୍କୁ ନେଇ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ଆଉ ୧୧ମାସ ପରେ ସେ ଅବସର ନେଇଥାନ୍ତେ । କିନ୍ତୁ ତା'ପୂର୍ବରୁ ସୌଭାଗ୍ୟଙ୍କୁ ଦଳିନେଲା ଯମ ।
Tags:



