ଗୋ-ହୋମଷ୍ଟେ ପୋର୍ଟାଲ ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଗୋ-ହୋମଷ୍ଟେ ପୋର୍ଟାଲ ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର : ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱରସ୍ଥିତ ଲାଇଫ୍  ହୋଟେଲରେ ‘ଗୋ-ହୋମଷ୍ଟେ’ (Go-Homestay) ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏହା ଓଡିଶା ର  ସମୁଦାୟ-ନେତୃତ୍ୱାଧୀନ ପର୍ଯ୍ୟଟନକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିବ । ‘ଓଡ଼ିଶା ହୋମଷ୍ଟେ ସ୍କିମ୍ ୨୦୨୫’ କୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଆୟୋଜିତ ‘ଓଡ଼ିଶା ହୋମଷ୍ଟେ କର୍ମଶାଳା’ ଶୁଭାରମ୍ଭ କରାଯାଇଥିଲା । ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି  ହୋମଷ୍ଟେଗୁଡ଼ିକ କେବଳ ରହିବା ପାଇଁ ସୁବିଧା ନୁହେଁ, ବରଂ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ଆତିଥ୍ୟର ଏକ ଦ୍ୱାର। ‘ଗୋ-ହୋମଷ୍ଟେ’ ପୋର୍ଟାଲ୍ ଆଶାୟୀ ହୋମଷ୍ଟେ ମାଲିକମାନଙ୍କ ପାଇଁ ସ୍ୱଚ୍ଛତା, ସୁଗମତା ଏବଂ ବ୍ୟବସାୟିକ ସ୍ତରରେ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବ। ଏହି ପଦକ୍ଷେପ ପର୍ଯ୍ୟଟନ-ଭିତ୍ତିକ ବିକାଶ ମାଧ୍ୟମରେ ଗ୍ରାମାଞ୍ଚଳର ପରିବାର, ମହିଳା ଏବଂ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ଆହୁରି ସଶକ୍ତ କରିବ ।

ସମ୍ବନ୍ଧିତ ଖବର ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ପୁରୁଷ ବନ୍ଧୁ ଗିରଫ

ଏହି ଯୋଜନାର କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଉପରେ ବିସ୍ତୃତ ଉପସ୍ଥାପନା, ବୈଷୟିକ ଦଳ ଦ୍ୱାରା ପୋର୍ଟାଲର ପରିଚାଳନା ପ୍ରଦର୍ଶନ ଏବଂ ‘ହୋମଷ୍ଟେଜ୍ ଅଫ୍ ଇଣ୍ଡିଆ’ ଓ ‘ସ୍ୱନିର ୱାଇଲ୍ଡରନେସ୍ ହୋମଷ୍ଟେ’ର ପ୍ରତିନିଧିମାନଙ୍କ ଦ୍ୱାରା ବିଶେଷଜ୍ଞ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିଜ୍ଞ ହୋମଷ୍ଟେ ମାଲିକମାନଙ୍କ ସହ ପ୍ୟାନେଲ୍ ଆଲୋଚନା ମଧ୍ୟ କରାଯାଇଥିଲା, ଯେଉଁଥିରେ ସେମାନେ ସଫଳତାର କାହାଣୀ ଏବଂ ଶ୍ରେଷ୍ଠ କାର୍ଯ୍ୟଶୈଳୀ ବାବଦରେ ଆଲୋକପାତ କରିଥିଲେ ।

ସମ୍ବନ୍ଧିତ ଖବର ମେ' ରେ ବାହାରିବ ମାଟ୍ରିକ ପରୀକ୍ଷାଫଳ ଦେଲେ ବୋର୍ଡ ସଭାପତି

Tags: