ଅଙ୍ଗନବାଡି କେନ୍ଦ୍ରକୁ ନେଇ ଗୃହରେ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଅଙ୍ଗନବାଡି କେନ୍ଦ୍ରକୁ ନେଇ ଗୃହରେ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଗୃହରେ ସ୍ୱାଭାବିକ ରହିଛି ପ୍ରଶ୍ନକାଳ । ମହିଳା ଓ ଶିଶୁ ବିକାଶ ବିଭାଗ ଉପରେ ଚାଲିଛି ପ୍ରଶ୍ନୋତ୍ତର । ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । 

Read More ଆତ୍ମସମର୍ପଣ କଲେ ୧୦ ମାଓବାଦୀ,ମୁଣ୍ଡ ଉପରେ ଥିଲା ୬୫ ଲକ୍ଷ ପୁରସ୍କାର ରାଶି

ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ସମ୍ପର୍କରେ ତଥ୍ୟ ରଖିଛନ୍ତି  । ସେ କହିଛନ୍ତି ରାଜ୍ୟରେ ମୋଟ୍ ଅଙ୍ଗନଓ୍ବାଡି ସଂଖ୍ୟା ୭୪ ହଜାର ୨୨୪ । ସେଥି ମଧ୍ୟରୁ ୫୪ ହଜାର ୭୪ଟି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ଵ ଗୃହ ଅଛି । ୨୦ ହଜାର ୧୫୦ ଅଙ୍ଗନଓ୍ବାଡି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ । ସେଥିରୁ ୭ ହଜାର ୩୮୯ ଅଙ୍ଗନଓ୍ବାଡି କେନ୍ଦ୍ରର ଗୃହ ନିର୍ମାଣାଧୀନ ଅଛି । 

Read More ନଦୀଜଳ ପ୍ରଦୂଷିତ ହେଲେ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ - ମନ୍ତ୍ରୀ

୪ ହଜାର ୫୭୪ ଅଙ୍ଗନଓ୍ବାଡି କେନ୍ଦ୍ର ସ୍କୁଲ ଘରେ ଚାଲୁଛି । ୧୦ ହଜାର ୪୬୯ ଅଙ୍ଗନଓ୍ବାଡି କେନ୍ଦ୍ର କମ୍ୟୁନିଟି ସେଣ୍ଟରରେ ଚାଲୁଛି । ୩ ହାଜର ୮୯୦ ଅଙ୍ଗନଓ୍ବାଡି କେନ୍ଦ୍ର ଭଡ଼ା ଘରେ ଚାଲୁଛି । ଖୁବଶୀଘ୍ର ସବୁ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ଵ ଘର ରହିବ । ଯେଉଁଠି ସମସ୍ୟା ହେବ ସେହି ସ୍ଥାନରେ ଜାଗା କିଣି ଘର କରାଯିବ ।

Read More ଜଗତସିଂପୁରରେ ପୁଣି ବାଂଲାଦେଶୀ ଚଢ଼ାଉ

ରାଜ୍ୟରେ ଅଙ୍ଗନବାଡ଼ିଗୁଡ଼ିକର ଶତ ପ୍ରତିଶତ ନିଜସ୍ବ ଗୃହ କରାଯିବା ଲାଗି ସରକାର ପ୍ରଚେଷ୍ଟା ଚଳାଇଛନ୍ତି। ଯେଉଁ ୧୫ ଲକ୍ଷ ଟଙ୍କାରେ ଅଙ୍ଗନବାଡ଼ିଗୁଡ଼ିକର ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିଲା, ସେଥିରେ ନୂଆ ଅର୍ଥବ୍ୟବସ୍ଥା କରାଯାଇଛି। ୧୮-୦୨ -୨୦୨୫ରେ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଜାରି ପତ୍ର ଅନୁଯାୟୀ, ଏଥିଲାଗି ୩୨ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଣୁ ଏନେଇ କେହି ବିଧାୟକ ଚିନ୍ତିତ ହେବାର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

Tags: