ଅତ୍ୟାଧୁନିକ ଟୁରିଷ୍ଟ କାରାଭ୍ୟାନ୍ ସେବାର ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଅତ୍ୟାଧୁନିକ ଟୁରିଷ୍ଟ କାରାଭ୍ୟାନ୍ ସେବାର ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ପର୍ଯ୍ୟଟନ କ୍ଷେତ୍ରରେ ଆଉ ପଡେ ଆଗେଇଲା ରାଜ୍ୟ । ପର୍ଯ୍ୟଟକ ପାଇପାରିବେ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ସେବା । ପର୍ଯ୍ୟଟକଙ୍କ ପାଇଁ କାରାଭ୍ୟାନ ସେବାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ଅତ୍ୟାଧୁନିକ କାରାଭ୍ୟାନ ସେବାର ଶୁଭାରମ୍ଭ ହୋଇଛି । ଏଥିରେ ମିଳିବ ତାରକା ହୋଟେଲର ମଜା ନେଇପାରିବେ । VGF ଯୋଜନା ଦ୍ଵାରା ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବା ଏହି ଯୋଜନାର ଲକ୍ଷ୍ୟ ରହିଛି।

ଗାଡ଼ିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି। ଏହା ହୀରାକୁଦ, ଦେବ୍ରିଗଡ଼, ଶିମିଳିପାଳ, ଚିଲିକା, ଭିତରକନିକା, ସାତକୋଶିଆ, ଦେଓମାଳି ଭଳି ପର୍ଯଟନ କ୍ଷେତ୍ରରେ ସେବା ଉପଲବ୍ଧ ହେବ । ସ୍ୟାଣ୍ଡ୍  ପିବେଲସ୍ ଟୁର୍ ଆଣ୍ଡ ଟ୍ରାଭେଲ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଏହା ସେବା ଯୋଗାଇବା। 

Tags: