ନଦୀଜଳ ପ୍ରଦୂଷିତ ହେଲେ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ - ମନ୍ତ୍ରୀ
By: Samaya Live News
ଭୁବନେଶ୍ୱର : ପ୍ରତି ୩ ମାସରେ ହେଉଛି ନଦୀଜଳ ପରୀକ୍ଷା । ନିୟମିତ ବ୍ୟବଧାନରେ ନଦୀଜକ ପରୀକ୍ଷା କରା ଯିବାକୁ ନିର୍ଦ୍ଦେଶ ରହିଛି । ନଦୀଜଳ ଦୂଷିତ ପାଇଁ ଅଧିକାରୀ ଦାୟୀ ରହିବେ । ନଦୀଜଳ ପ୍ରଦୂଷିତ ହେଲେ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ ହେବ । ଆଜି ବିଧାନସଭାର ଶୀତକାଳୀନ ଅଧିବେଶନ ୬ଷ୍ଠ ଦିନରେ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା । ନଦୀ ଜଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ବିଭାଗ ପକ୍ଷରୁ ନଦୀ ଜଳକୁ ତିନି ମାସରେ ଥରେ ପରୀକ୍ଷା କରାଯାଉଛି । ଆମେ କହିପାରିବା ନାହିଁ ସବୁ ସ୍ଥାନରେ ନଦୀ ଜଳ ଠିକ ଅଛି । କଳ କାରଖାନାରୁ ବର୍ଯ୍ୟ ବସ୍ତୁ ଆସୁଛି । ନିରନ୍ତର ଭାବେ ନଦୀ ଜଳ ଚେକ କରିବାକୁ ନିର୍ଦ୍ଦେଶ ରହିଛି। ବିଭାଗର ଅଧିକାରୀ ମାନେ ଭୁଲ କଲେ ଗୋଟେ ମାସର ଦରମା ବନ୍ଦ ହେବ ।
Read More ଜାରି ରହିଛି ଇଣ୍ଡିଗୋ ବିମାନ ଉଡାଣ ବିଭ୍ରାଟ
Tags:


