ନଦୀଜଳ ପ୍ରଦୂଷିତ ହେଲେ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ - ମନ୍ତ୍ରୀ
By: Samaya Live News
ଭୁବନେଶ୍ୱର : ପ୍ରତି ୩ ମାସରେ ହେଉଛି ନଦୀଜଳ ପରୀକ୍ଷା । ନିୟମିତ ବ୍ୟବଧାନରେ ନଦୀଜକ ପରୀକ୍ଷା କରା ଯିବାକୁ ନିର୍ଦ୍ଦେଶ ରହିଛି । ନଦୀଜଳ ଦୂଷିତ ପାଇଁ ଅଧିକାରୀ ଦାୟୀ ରହିବେ । ନଦୀଜଳ ପ୍ରଦୂଷିତ ହେଲେ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ ହେବ । ଆଜି ବିଧାନସଭାର ଶୀତକାଳୀନ ଅଧିବେଶନ ୬ଷ୍ଠ ଦିନରେ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା । ନଦୀ ଜଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ବିଭାଗ ପକ୍ଷରୁ ନଦୀ ଜଳକୁ ତିନି ମାସରେ ଥରେ ପରୀକ୍ଷା କରାଯାଉଛି । ଆମେ କହିପାରିବା ନାହିଁ ସବୁ ସ୍ଥାନରେ ନଦୀ ଜଳ ଠିକ ଅଛି । କଳ କାରଖାନାରୁ ବର୍ଯ୍ୟ ବସ୍ତୁ ଆସୁଛି । ନିରନ୍ତର ଭାବେ ନଦୀ ଜଳ ଚେକ କରିବାକୁ ନିର୍ଦ୍ଦେଶ ରହିଛି। ବିଭାଗର ଅଧିକାରୀ ମାନେ ଭୁଲ କଲେ ଗୋଟେ ମାସର ଦରମା ବନ୍ଦ ହେବ ।
ସମ୍ବନ୍ଧିତ ଖବର ତେଲ ଗୁଜବ ! ପେଟ୍ରୋଲ ପମ୍ପରେ ଅସମ୍ଭବ ଭିଡ଼
ସମ୍ବନ୍ଧିତ ଖବର ଟ୍ରେନରୁ ରେଳଯାତ୍ରୀଙ୍କ ମୃତଦେହ ଉଦ୍ଧାର
ସମ୍ବନ୍ଧିତ ଖବର ଆଇସକ୍ରିମ ଫାକ୍ଟ୍ରୀରେ ଭୟଙ୍କର ବିସ୍ଫାରଣ, ୧ ମୃତ ୨ ଆହତ
Tags:



