ଆଜି ଦ୍ୱିତୀୟ ଦିନରେ ସାଲିଆ ସାହିରେ ଜାରି ରହିଛି ଉଚ୍ଛେଦ

ଜାଗା ନଛାଡିବା ପାଇଁ ଜିଦରେ ଅଟଳ ବସ୍ତି ବାସିନ୍ଦା

ଆଜି ଦ୍ୱିତୀୟ ଦିନରେ ସାଲିଆ ସାହିରେ ଜାରି ରହିଛି ଉଚ୍ଛେଦ

ଭୁବନେଶ୍ବର : ଦ୍ବିତୀୟ ଦିନରେ ଭୁବନେଶ୍ବର ସାଲିଆ ସାହିରେ ଜାରି ରହିଛି ଉଚ୍ଛେଦ ଅଭିଯାନ । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବେ କରାଯାଉଛି ଜବରଦଖଲ ଉଚ୍ଛେଦ । ଘଟଣାସ୍ଥଳରେ ପୋଲିସ, ବିଏମସି ଓ ବିଡିଏ ଅଧିକାରୀ ଉପସ୍ଥିତ ରହିଛନ୍ତି । ଗତକାଲି ପ୍ରଥମ ଦିନରେ ୩୦ରୁ ଉର୍ଦ୍ଧ୍ବ ଘର ଉଚ୍ଛେଦ କରାଯାଇଛି । ପାଖାପାଖି ୫୧୭ଟି ଘର ଭଙ୍ଗାଯିବାକୁ ଥିବା ସୂଚନା ମିଳିଛି ।  ଉଚ୍ଛେଦ ପରେ ଶୀତ କାକରରେ କଟିଛି ବସ୍ତି ବାସିନ୍ଦାଙ୍କ ଜୀବନ । ପିଲା ଛୁଆ ଧରି ସାରା ରାତି ଜାରିପାଲ ତଳେ କଟିଛି ରାତି । ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର ବିରୋଧ କରିଛନ୍ତି ବସ୍ତିବାସିନ୍ଦା । ଜାଗା ଛାଡି ଯିବେ ନାହିଁ ବୋଲି ଜିଦରେ ଅଟଳ ରହିଛନ୍ତି । ତେବେ କେବଳ ବସ୍ତି ବାସିନ୍ଦା ନୁହଁ ସେଠାରେ କେତେକ ବଡବଡିଆ ସରକାରୀ ବାବୁ ମଧ୍ୟ ଜାଗା ଜବର ଦଖଲ କରି ଘର ତିଆରି କରି ଭଡା ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ଏନେଇ ବସ୍ତିବାସିନ୍ଦା କାହା ନାଁ ନେଇ ନାହାନ୍ତି । 

Read More ୨୫ରୁ ଖୋଲିବ ଧାନ ମଣ୍ଡି

ଏକାମ୍ର କାନନରୁ ଅନ୍ଧାରୁଆ ଯାଏଁ ଜବରଦଖଲ ଉଚ୍ଛେଦ କରାଯିବ । ରାସ୍ତା ନିର୍ମାଣ ପାଇଁ ୧୩ କିମି ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ । ସ୍ଥିତିକୁ ଦୃଷ୍ଟିରେ ରଖି ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । 

Read More ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା

Tags: