୧ ନଂ ହାଟରେ ପୁଣି ଉଚ୍ଛେଦ

୧ ନଂ ହାଟରେ ପୁଣି ଉଚ୍ଛେଦ
Samaya Live News Picture
Published On

ଭୁବନେଶ୍ୱର : ବାରମ୍ବାର ଅଘଟଣ ପରେ ମଧ୍ୟ ଚେତୁ ନାହାନ୍ତି ଅମାନିଆ ଦୋକାନୀ । ଗଣେଶ ପୂଜା ପୂର୍ବରୁ ପୁଣି ଆକ୍ସନ ମୋଡ୍ ରେ ବିଏମସି  ଓ ବିଡିଏ ।  ଆଗକୁ ପାର୍ବଣ ଋତୁ ଥିବାରୁ ହାଟରେ ପ୍ରବଳ ଭିଡ଼ ଦେଖାଯିବ । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ୟୁନିଟ-୧ ହାଟ ଅଞ୍ଚଳରେ ରାସ୍ତା କଡ଼ରେ ଥିବା ଦୋକାନ ଉପରେ ଚାଲିଛି ମିଳିତ ଉଚ୍ଛେଦ । ଅମାନିଆ ଦୋକାନୀଙ୍କ ଦୋକାନ ଭାଙ୍ଗୁଛି ପ୍ରଶାସନ । ୟୁନିଟ ୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣା ପରେ ଏବେ କଡ଼ା ଆକ୍ସନକୁ ଆସିଛି ବିଏମସି । ରାସ୍ତା କଡ଼ରେ ଥିବା ଦୋକାନୀଙ୍କୁ ଅନ୍ୟତ୍ର ଜାଗା ଦିଆଯାଇଥିବା ବେଳେ, ଜାଗା ନ ଛାଡ଼ିଥିବା ଦୋକାନୀଙ୍କ ଦୋକାନ ଉଚ୍ଛେଦ କରାଯାଉଛି । ଗତକାଲି ଦୋକାନୀଙ୍କୁ ନୋଟିସ ଦିଆଯାଇଥିଲା । ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ କାଲି ନୋଟିସ ଦେଇ ଆଜି ହଠାତ୍ ଦୋକାନ ଭଙ୍ଗାଯାଉଥିବା ଅଭିଯୋଗ କରି ପ୍ରଶାସନ ଉପରେ ବର୍ଷିଛନ୍ତି ଦୋକାନୀ । 

 

Tags: