ଜାଡ଼ରେ ଥରୁଛି ଦିଲ୍ଲୀ, ବାୟୁ ମାନ ଅତି ଖରାପ ସ୍ତରରେ 

ଜାଡ଼ରେ ଥରୁଛି ଦିଲ୍ଲୀ, ବାୟୁ ମାନ ଅତି ଖରାପ ସ୍ତରରେ 
Samaya Live Desk Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ଏବେ ପ୍ରବଳ ଶୀତଲହରୀ ଲାଗି ରହିଛି। ପ୍ରବଳ ଜାଡ଼ ସାଙ୍ଗକୁ ବାୟୁର ମାନ ଅତ୍ୟନ୍ତ ଖରାପ ରହିଥିବାରୁ ଏହା ଦିଲ୍ଲୀ ବାସିନ୍ଦାଙ୍କ ସଙ୍କଟ ବଢ଼ାଇ ଦେଇଛି। ଦିଲ୍ଲୀର ମୋଟ୍‌ ୩୯ ମନିଟରିଂ ଷ୍ଟେସନ୍‌ (ଯାଞ୍ଚ କେନ୍ଦ୍ର) ମଧ୍ୟରୁ ୩୫ଟି ଷ୍ଟେସନ୍‌ର ରିଡିଂ ଅନୁଯାୟୀ ବାୟୁର ମାନ ଅତ୍ୟନ୍ତ ଖରାପ୍‌ ରହିଛି। ଅନ୍ୟପକ୍ଷେ ୪ଟି ମନିଟରିଂ ଷ୍ଟେସନରେ ବାୟୁର ମାନ ଖରାପ୍‌ ରହିଛି।  ଦିଲ୍ଲୀରେ ଆଜି ଘନ କୁହୁଡ଼ି ସାରା ସହରକୁ ଆଚ୍ଛାଦିତ କରି ରଖିଥିଲା। ଏକ୍ୟୁଆଇ (ବାୟୁର ମାନ ସୂଚକାଙ୍କ) ୩୩୩ ରହିଛି ଯାହା କି ଅତ୍ୟନ୍ତ ଖରାପ ଶ୍ରେଶୀରେ ଆସୁଛି।  ଗତକାଲି  ଅପେକ୍ଷା ଆଜି ଦିଲ୍ଳୀର ଏକ୍ୟୁଆଇ ଅଧିକ ରହିଛି। ଅନ୍ୟପକ୍ଷେ ଦିଲ୍ଲୀରେ ପ୍ରବଳ ଶୀତ ଲାଗି ରହିଛି। ଶୁକ୍ରବାର ଦିନ ଦିଲ୍ଲୀରେ ଡିସେମ୍ବର ମାସର ସବୁଠାରୁ ଅଧିକ ଥଣ୍ଡା ହୋଇଛି । ପାରଦ ୫.୬ ଡିଗ୍ରି ସେଲସିୟକୁ ଖସି ଆସିଛି।  ଦିଲ୍ଲୀର ଆରକେ ପୁରମ, ପଞ୍ଜାବୀ ବାଗ, ଚାନ୍ଦନୀ ଚୌକ, ରୋହିଣୀ , ବିବେକ ବିହାର, ବାୱନା, ସିରି ଫୋର୍ଟ, ୱାଜିରପୁର, ଆନନ୍ଦ ବିହାର , ଅଶୋକ ବିହାର ଏବଂ ସୋନିଆ ବିହାରରେ ବାୟୁର ମାନ ଅତ୍ୟନ୍ତ ଖରାପ୍‌ ରହିଛି।