ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ଫେରସ୍ତ ହେବ ନାହିଁ - ଗଣଶିକ୍ଷା ମନ୍ତ୍ରୀ

ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଦିଆଯିବ ସଂଶୋଧନ ପୁସ୍ତିକା

ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ଫେରସ୍ତ ହେବ ନାହିଁ - ଗଣଶିକ୍ଷା ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ସରକାରୀ ବିଦ୍ୟାଳୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପିଲାଙ୍କୁ ଦିଆଯାଇଥିବା ପାଠ୍ୟ ପୁସ୍ତକ ପ୍ରତ୍ୟାହୃତ ହେବ ନାହିଁ । ଏହା ବଦଳରେ ସମସ୍ତ ବିଦ୍ୟାଳୟକୁ ସଂଶୋଧିତ ପାଠ୍ୟ ପୁସ୍ତକ ଦିଆଯିବ । ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଦିଆଯିବ ସଂଶୋଧିତ ବହି । ସଂଶୋଧିତ କପି ଆଧାରରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । କମିଟିର ସୁପାରିଶ ଆଧାରରେ ସଂଶୋଧନ କରାଯାଇଛି । ଏବେ ସମସ୍ତ ବହିକୁ ପ୍ରତ୍ୟାହାର କରି ନୂଆ ବହି ଦେବା ସମ୍ଭବ ନୁହେଁ । କମିଟି ଯେଉଁ ୧୪ଟି ପଏଣ୍ଟ ଦେଇଛି ସେ ଆଧାରରେ ସଂଶୋଧନ କରାଯିବ ଏବଂ ପିଲାଙ୍କୁ ପାଠ ପଢ଼ାଯିବ ।

ପୁସ୍ତକ ତ୍ରୁଟି ଘଟଣାରେ ଉଚ୍ଚ ସ୍ତରୀୟ କମିଟି ଦ୍ବାରା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।କମିଟିର ତଦନ୍ତ ରିପୋର୍ଟ ଆଧାରରେ ଆଗାମୀ ଦିନରେ ଆହୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

କମିଟିର ରିପୋର୍ଟ ଅନୁସାରେ ସରକାର ପୂର୍ବତନ ଡିରେକ୍ଟର ଅଫ୍ ଟିଚର୍ସ ଟ୍ରେନିଂ, SCERT ମନୋଜ ପାଢ଼ୀ, ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତ ମିଶ୍ର, ଦିଲୀପ କୁମାର ସାହୁ ଏବଂ ଭାରତୀ ଟୁଡୁଙ୍କୁ ନିଲମ୍ବିତ କରିଛନ୍ତି । ସେହିପରି ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଭବିଷ୍ୟତରେ ଏଭଳି ଭୁଲ ନ ହେବା ପାଇଁ କମିଟି ୧୪ଟି ସୁପାରିଶ ମଧ୍ୟ କରିଛି । 

Tags: