୪ ଭକ୍ତ ନିବାସର ପାର୍କିଂ ଫି'ବୃଦ୍ଧି ନିଷ୍ପତ୍ତି
By: Samaya Live News
ପୁରୀ : ପୁରୀରେ ଥିବା ୪ଟି ଭକ୍ତ ନିବାସର ପାର୍କିଂ ଫି'ବୃଦ୍ଧି କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ୪ଟି ଭକ୍ତ ନିବାସର ପାର୍କିଂ ଫି ବୃଦ୍ଧି ନିଷ୍ପତ୍ତି । ଭକ୍ତ ନିବାସରେ ୨୪ ଘଣ୍ଟିଆ ରହଣି ପାଇଁ ଚାରି ଚକିଆ ଯାନ ପିଛା ୫ ଶହ ଟଙ୍କା ଆଦାୟ କରାଯିବ । ଏଥିସହିତ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଉନ୍ନୟନଙ୍କ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ଶ୍ରଦ୍ଧାଳୁ ମାନେ ଯଦି ଭକ୍ତ ନିବାସରେ ରହଣି ସମୟରେ ତାଙ୍କ ୪ ଚକିଆ ଯାନକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ପାର୍କ କରୁଛନ୍ତି ତେବେ ସେମାନଙ୍କୁ ୫ ଶହ ଟଙ୍କା ଦେବାକୁ ପଡିବ । ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ଲାଗୁ କରାଯାଇଛି । ତେବେ ପରିଚାଳନା କମିଟି ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇନଥିବା ବେଳେ କିଭଳି ଏମିତି ନିଷ୍ପତ୍ତି ନିଆଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସମ୍ବନ୍ଧିତ ଖବର ଓଡିଶା ମେଡିକାଲ ଡିଭାଇସେସ୍ ଏକ୍ସପୋ ଆୟୋଜନ
ସମ୍ବନ୍ଧିତ ଖବର ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ,ଜନ ଜୀବନ ପ୍ରଭାବିତ
Tags:



