ନୂଆ ରୂପ ନେବ ଦେବ୍ରିଗଡ଼ ଅଭୟାରଣ୍ୟ

୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ – ଧର୍ମେନ୍ଦ୍ର ପ୍ରଧାନ

ନୂଆ ରୂପ ନେବ ଦେବ୍ରିଗଡ଼ ଅଭୟାରଣ୍ୟ

ସମ୍ବଲପୁର: ସମ୍ବଲପୁର ସ୍ଥିତ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଆନ୍ତର୍ଜାତିକ ଇକୋ-ଟୁରିଜିମ୍‌‌ ଡେଷ୍ଟିନେସନ୍‌‌ ଭାବେ ବିକଶିତ କରିବାକୁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ୭୧.୧୯ କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌‌) ମଞ୍ଜୁରୀ ଦେଇଥିବା ସୂଚନ ଦେଇଛନ୍ତିି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନିଷ୍ପତ୍ତି ଡେବ୍ରିଗଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆନ୍ତର୍ଜାତିକସ୍ତରରେ ପରିଚୟ ଦେବା ସହ ବନ୍ୟଜନ୍ତୁ ସଂରକ୍ଷଣରେ ସହାୟକ ହେବ। ଏହି ପ୍ରକଳ୍ପ ସ୍ଥାନୀୟ ନିଯୁକ୍ତି ଏବଂ ପର୍ଯ୍ୟଟନକୁ ବଡ଼ ଗତି ଦେବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଅଭୟାରଣ୍ୟର ୧୦୦ କିଲୋମିଟର ପରିସୀମା ଚାରିପଟେ ପାଚେରି ନିର୍ମାଣ ପାଇଁ ସ୍ୱତନ୍ତ୍ର ଭାବେ ଅତିରିକ୍ତ ୧୪.୧୮ କୋଟି ଟଙ୍କା ଯୋଗାଇବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର ଏପ୍ରିଲରେ ୮ରେ ଦଳ ର ନୂଆ ନାଁ ଘୋଷଣା କରିବେ ମୋକିମ

ଏହି ରାଶିକୁ କାମ୍ପା କିମ୍ୱା ଅନ୍ୟାନ୍ୟ ରାଜ୍ୟ ସରକାରୀ ପାଣ୍ଠି ମାଧ୍ୟମରେ ଯୋଗାଇବାକୁ ପରାମର୍ଶ ଦିଆଯାଇଛି। ଏହି ପାଚେରି ନିର୍ମାଣ ଦ୍ୱାରା ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ସଂଘର୍ଷ ହ୍ରାସ ପାରିବ। ସମ୍ପୃକ୍ତ ବିଭାଗକୁ ତୁରନ୍ତ ଏହି ଡିପିଆର୍‌ ଅନୁଯାୟୀ ଆଗାମୀ ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି ପ୍ରକଳ୍ପ ଡେବ୍ରିଗଡ଼ରେ ଇକୋ-ଟୁରିଜିମ୍‌‌ ଭିତ୍ତିଭୂମିର ବିକାଶ କରିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ବଳିଷ୍ଠ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର ସଡକ ଦୁର୍ଘଟଣାରେ ୨୪ ଘଣ୍ଟାରେ ୧୫ ଜଣଙ୍କର ମୃତ୍ୟୁ

 

ସମ୍ବନ୍ଧିତ ଖବର ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

 

Tags: