ନବଙ୍କୁ ନେଇ ବିଧାନସଭା ରେ ଟଣା ଓଟରା

ନବଙ୍କୁ ନେଇ ବିଧାନସଭା ରେ ଟଣା ଓଟରା

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଠାରୁ ବଳି ଯାଇଛି ରାଜ୍ୟସଭା ନିର୍ବାଚନ । ପୂର୍ବରୁ ରାଜ୍ୟସଭା ନିର୍ବାଚନ ବିଷୟରେ ଲୋକେ ଟେର ସୁଦ୍ଧା ପାଉନଥିବାବେଳେ କେବଳ ନିର୍ବାଚିତ ପ୍ରାର୍ଥୀଙ୍କ ବିଷୟରେ ଖବରରୁ ଜାଣିବାକୁ ପାଉଥିଲେ । କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ରୋଚକ ମୋଡ଼ରେ ପହଞ୍ଚିଛି ରାଜ୍ୟସଭା ନିର୍ବାଚନ । ଆଜି ସକାଳ ୯ଟା ବେଳୁ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା । ତେବେ କିଛି  ସମୟ ପରେ ନିର୍ବାଚନ କକ୍ଷରେ ଦେଖିବାକୁ ମିଳିଥିଲା ଗୋଟିଏ ପରେ ଗୋଟିଏ ରୋଚକ ଦୃଶ୍ୟ । ବିନା ଗୃହ କାର୍ଯ୍ୟରେ ଆଜି ବିଧାନସଭା ପରିସର ଉଠୁଛି ପଡ଼ୁଛି ।କେତେବେଳେ ବାଲାଟକୁ ନେଇ ହୋହାଲ୍ଲା ତ କେତେବେଳେ ମତଦାତାଙ୍କୁ ନେଇ ପାଟିତୁଣ୍ଡ । ମତଦାନ ବେଳେ ଶାସକ ଓ ବିରୋଧୀ ହାତାହାତି ହୋଇଥିବା ଜଣାପଡ଼ିଛି । ବିଜେଡ଼ି ବିଧାୟକ ନବକିଶୋର ମଲ୍ଲିକଙ୍କ ପାଇଁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇ ଥିଲା । ନବ ମଲ୍ଲିକଙ୍କୁ ନେଇ  ଶାସକ ଏବଂ ବିରୋଧିଙ୍କ ମଧ୍ୟରେ ଟଣାଓଟରା ହୋଇଥିବା ସୁଚନା ମିଳିଛି  ।

ସମ୍ବନ୍ଧିତ ଖବର ଆସନ୍ତା ଶିକ୍ଷାବର୍ଷରୁ ପିଲାଙ୍କୁ ଦିଆଯିବ ଶାରୀରିକ ଶିକ୍ଷା

ନବକିଶୋର ମଲ୍ଲିକ ତିନି ଦିନ ହେବ ନବୀନ ନିବାସ ଆସୁନଥିଲେ । ତାଙ୍କ ମତଦାନକୁ ନେଇ ଆଶଙ୍କାରେ ଥିଲା ବିଜେଡି । କିନ୍ତୁ ଆଜି ସେ ଭୋଟ୍ ଦେବାକୁ ଆସିବାବେଳେ ପ୍ରବଳ ଗଣ୍ଡଗୋଳ ହୋଇଛି । ଉଭୟ ଦଳର କିଛି ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିବାର ଖବର ମିଳିଛି । ନବ ମଲ୍ଳିକ କ୍ରସ୍‌ ଭୋଟିଂ ମଧ୍ୟ କରିଥିବା ସୂଚନା ମିଲୁଛି । 

ସମ୍ବନ୍ଧିତ ଖବର ୨ ରୁ ୩ ଡିଗ୍ରୀ ବଢିବ ଦିନର ତାପମାତ୍ରା

ବିଜେଡ଼ି ବିଧାୟକ ତୁଷାରକାନ୍ତି ବେହେରାଙ୍କ ଅଭିଯୋଗ ମୁତାବକ, ବିଧାୟକ ନବ କିଶୋର ମଲ୍ଲିକ ଆଜି ବିଧାନସଭାରେ ଭୋଟ୍ ଦେବାକୁ ପହଁଚିଥିଲେ । ମତଦାନ ପ୍ରକୋଷ୍ଠକୁ ଯାଉଥିବା ସମୟରେ କେହି ଜଣେ ବ୍ୟକ୍ତି ପାହାଚ ଉପରୁ ଥାଇ ତାଙ୍କୁ ଟାଣି ନେଇଥିଲେ । ଯାହାକୁ ନେଇ ବିଜେଡ଼ି ବିଧାୟକମାନେ ହଙ୍ଗାମା କରିଛନ୍ତି । ଉକ୍ତ ବ୍ୟକ୍ତି ଜଣକ ବିଧାୟକ ନୁହଁନ୍ତି । ବିନା ଆଇଡି କାର୍ଡରେ ସେ କେମିତି ବିଧାନସଭାକୁ ଆସିଲେ ବୋଲି ତୁଷାରକାନ୍ତି ଅଭିଯୋଗ କରିଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ବୋଲି ବିଜେଡ଼ି ଅଭିଯୋଗ କରିଛି । ସେପଟେ ବିରୋଧୀ ନେତା ନବୀନ ପଟ୍ଟନାୟକ କହିଅଛନ୍ତି ମୁଁ , ପୂର୍ବରୁ କହିଆସୁଥିଲି ବିଜେପି ଘୋଡା ବେପାର କରୁଛି  ।

ସମ୍ବନ୍ଧିତ ଖବର ପୋଖରୀରେ ବୁଡି ୨ଭାଇଙ୍କ ମୃତ୍ୟୁ

 

Tags: