ବିଜେଡି ଛାଡିଲେ ଦେବାଶିଷ ସାମନ୍ତରାୟ

ବିଜେଡି ଛାଡିଲେ ଦେବାଶିଷ ସାମନ୍ତରାୟ
Samaya Live News Picture
Published On

ଭୁବନେଶ୍ୱର : ବିଜୁ ଜନତା ଦଳକୁ ବଡ଼ ଝଟକା । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦଳ ଛାଡିଲେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ସେ ବିଜେଡି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫା ପତ୍ରକୁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଏହାସହ ଦେବାଶିଷ ସୋମବାର ନୂଆଦିଲ୍ଲୀ ଠାରେ ରାଜ୍ୟସଭା ଅଧ୍ୟକ୍ଷ ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । 

ନିଜ ଇସ୍ତଫା ପତ୍ରରେ ଦେବାଶିଷ ସାମନ୍ତରାୟ ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସେବା କରିବା ଓ ଜାତୀୟ ସ୍ତରରେ ଓଡ଼ିଶାର ସମସ୍ୟା ଉଠାଇବା ପାଇଁ ସୁଯୋଗ ଦେଇଥିବାରୁ ନବୀନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ତେବେ ଦଳ ଛାଡିବାକୁ ନେଇ ସେ ନିଜ ଇସ୍ତଫା ପତ୍ରରେ ମୁଖ୍ୟତଃ ୨ଟି କାରଣ ଦର୍ଶାଇଛନ୍ତି । ସେ ଲେଖିଛନ୍ତି ଯୋଜନାବଦ୍ଧ ଭାବରେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା । ଦଳ ତାଙ୍କ ସେବା ଚାହୁଁ ନଥିବା ସେ ଅନୁଭବ କରୁଥିଲେ । ମୁଁ ସର୍ବଦା ଦଳର ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଆସିଛି ଏବଂ ବର୍ଷବର୍ଷ ଧରି ଅତ୍ୟନ୍ତ ଦୃଢ଼ତାର ସହିତ ଦଳ ପାଇଁ କାମ କରିଆସିଛି। ତଥାପି, ମୁଁ ଅନୁଭବ କରୁଛି ଯେ, ବର୍ତ୍ତମାନ ମୋତେ ଦଳରେ ପଦ୍ଧତିଗତ ଭାବରେ ଅପମାନିତ କରାଯାଉଛି ଏବଂ ଦଳ ମୋ ସେବା ଆବଶ୍ୟକ କରୁ ନାହିଁ । ତେଣୁ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଏହି ଚରମ ନିଷ୍ପତି ନେଇଥିବା ନିଜ ଇସ୍ତଫା ପାତ୍ରରେ ଉଲ୍ଲେଖ କରିଛନ୍ତି । ଦେବାଶିଷଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିଜେଡି ସଦସ୍ୟତା ସଂଖ୍ୟା ୬ ରୁ ୫କୁ ଖସି ଆସିଛି ।

 

Tags: