ଦେବାଶିଷ ସାମନ୍ତରାୟ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଭରିବେ ନାମାଙ୍କନ

ଦେବାଶିଷ ସାମନ୍ତରାୟ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ରାଜ୍ୟସଭା ଉପନିର୍ବାଚନ ପାଇଁ ଓଡ଼ିଶାରୁ ଖାଲି ପଡ଼ିଥିବା ଗୋଟିଏ ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଦେବାଶିଷ ସାମନ୍ତରାୟ। ଓଡ଼ିଶା ସହ ରାଜସ୍ଥାନ, ଅରୁଣାଚଳପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ମଣିପୁର ପାଇଁ ନାଁ ଘୋଷଣା ହୋଇଛି । ଗୁଜରାଟରୁ ୪ଟି ଓ ମଧ୍ୟପ୍ରଦେଶରୁ ୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ସେହିପରି ରାଜସ୍ଥାନରୁ ୨ଟି, ଓଡ଼ିଶା, ଅରୁଣାଚଳପ୍ରଦେଶ ଓ ମଣିପୁର ଜଣେ ଲେଖାଏ ଆସନ ପାଇଁ ନାଁ ଘୋଷଣା କରାଯାଇଛି । 

ସେପଟେ, ରାଜ୍ୟସଭା ଉପନିର୍ବାଚନ ପାଇଁ ନାଁ ଘୋଷଣା ପରେ ଆଜି ସକାଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଦେବାଶିଷ ସାମନ୍ତରାୟ । ସେଠାରେ ଏକାଧିକ ବିଧାୟକ ଉପସ୍ଥିତ ଅଛନ୍ତି । ଆଜି ପୂର୍ବାହ୍ନ ୧୧ଟାରେ ଦେବାଶିଷଙ୍କ ବିରାଟ ପଟୁଆର ବାହାରିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି । 

ସୁଚନାନୁସାରେ, ପୂର୍ବରୁ ଦେବାଶିଷ ବିଜେଡି ଟିକେଟରେ ରାଜ୍ୟସଭା ଯାଇଥିଲେ । ମେ'୨୫ ତାରିଖରେ ବିଜେଡି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ମେ' ୨୬ତାରିଖରେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଜେପିରେ ମିଶିଥିଲେ ।

Tags: