ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କାଏମ

ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କାଏମ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ସାରିଛି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ବିଜେପିରୁ ପ୍ରାର୍ଥୀ ହୋଇଥିବା ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି । ସେ ମୋଟ ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଏବଂ ଯାଞ୍ଚ ପ୍ରକ୍ରିୟା ପରେ ସମସ୍ତ ନାମାଙ୍କନ ପତ୍ର ବୈଧ ଘୋଷିତ ହୋଇଛି । ଏହା ସହିତ ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥିତ୍ୱ ଆନୁଷ୍ଠାନିକ ଭାବେ ବୈଧ ହୋଇଛି । ନାମାଙ୍କନ ପ୍ରତ୍ୟାହାର ଅବଧି ଶେଷ ହେବା ପରେ ନିର୍ବାଚନୀ ଚିତ୍ର ଆହୁରି ସ୍ପଷ୍ଟ ହେବ । ନାମାଙ୍କନ ପତ୍ର କାଏମ୍ ହେବା ପରେ ଦଳୀୟ ନେତାମାନେ ମଧ୍ୟ ଏହି ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରୁଛନ୍ତି ।

ସୂଚନାନୁସାରେ, ଓଡ଼ିଶାରୁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଆସନ୍ତା ୧୮ତାରିଖରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏହାକୁ ନେଇ ଶାସକ ଓ ବିରୋଧୀ ଶିବିର ଉଭୟରେ ରାଜନୀତି ଜୋରଦାର ହୋଇଛି । ଦଳୀୟ ସମର୍ଥନ, ସଂଖ୍ୟା ଗଣିତ ଏବଂ ରଣନୀତିକ ଆଲୋଚନା ମଧ୍ୟ ତୀବ୍ର ହେଉଛି । 

Tags: