ଜଗତପୁର ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଜଗତପୁର ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

କଟକ : ଜଗତପୁର ପାଗା ମହାଜନପୁର ଗ୍ରାମରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣା । ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗତକାଲି ମା' ଓ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଶାଶୂ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଚିକିତ୍ସାଧୀନ ଥିବା ବେଳେ ବୋହୂ ଓ ନାତୁଣୀଙ୍କ ଜୀବନ ଯାଇଛି ।  ଆଗକୁ ଦୋଳ ଯାତ୍ରା ଥିବାରୁ ଘର ଭିତରେ ବାଣ ତିଆରି କରୁଥିଲେ । ବାଣ ଭିଡ଼ିବା ସମୟରେ ଘରେ ପୁରୁଷ ସଦସ୍ୟ ନଥିଲେ । ବିସ୍ଫୋରଣରେ ଶାଶୁ, ବୋହୂ ଏବଂ ନାତୁଣୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ସମ୍ବନ୍ଧିତ ଖବର ଆଗୁଆ ହେବ ପିଜି ନାମଲେଖା,୨୪ ସୁଦ୍ଧା ତଥ୍ୟ ଦେବେ ଶିକ୍ଷାନୁଷ୍ଠାନ

ସୂଚନାନୁସାରେ,ଗତକାଲି ସନ୍ଧ୍ୟାରେ କଟକ ଜଗତପୁର ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ଗ୍ରାମରେ ଭୂପିନ୍ଦର ନାଏକଙ୍କ  ଘରେ ବାଣ ଭିଡୁଥିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ବଡ ଥିଲା ଯେ ଘରର ଛାତରେ ଫାଟ ହେବା ସହିତ, କାନ୍ଥ ଭୁଶୁଡ଼ି ଯାଇଥିଲା । ଘଟଣା ସ୍ଥଳରେ ଦୁଇ ମହିଳା ଓ ଜଣେ ଶିଶୁକନ୍ୟା ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ପ୍ରଭାତୀ ନାୟକ ଏବଂ ନାତୁଣୀଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଡାକ୍ତରଖାନାରେ ଶାଶୁ ସୁଧାଂଶୁ ବାଳା ନାୟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଅଭାବନୀୟ ଘଟଣାରେ ସାରା ଗାଁ ସ୍ତବ୍ଧ ହୋଇଯାଇଛି ଇ ଘଟଣାସ୍ଥରେ ଜଗତପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର ତିନି ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର


 I 

ସମ୍ବନ୍ଧିତ ଖବର ସରିଲା ବୈଠକ,ରତ୍ନ ଭଣ୍ଡାର ଗଣତି ମଣତି ନେଇ ଖୁବଶୀଘ୍ର ଘୋଷଣା ହେବ ତାରିଖ

Tags: