ବିଧାୟକଙ୍କୁ ହତ୍ୟା ଧମକ

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ।  ଜିଆରପି ଥାନାରେ ଏତଲା ଦେଇଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ଟ୍ରେନରେ ଯାଉଥିବାବେଳେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି I ଗତକାଲି ବିଳମ୍ବିତ ରାତିରେ ରାୟପୁର- ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ ଗାଡିରେ ବେଆଇନ ଭାବେ ରାଜ୍ୟ ବାହାରକୁ ଦାଦନ ଚାଲାଣ ହେଉଥିଲା । ଖବର ପାଇ ବିଧାୟକ ଲକ୍ଷ୍ମଣ ବାଗ ସେଠାରେ ପହଞ୍ଚି ଶ୍ରମିକମାନେ କୁଆଡେ ଯାଉଛନ୍ତି ବୋଲି ପଚାରି ଥିଲେ ।  ଶ୍ରମିକ ମାନେ ସନ୍ତୋଷ ଜନକ ଉତ୍ତର ନଦେବାରୁ ବିଧାୟକ ଶ୍ରମିକଙ୍କ ପାଖରେ ଟିକେଟ ଅଛି କି ବୋଲି ପଚାରିବାରୁ ସେମାନଙ୍କୁ ବେଆଇନ ଭାବେ ବାହାର ରାଜ୍ୟକୁ ପଠାଯାଉଥିବା ଜଣାପଡିଥିଲା । ଏନେଇ ବିଧାୟକ କଣ୍ଟାବାଞ୍ଜି ଟାଉନ ପୋଲିସ, ଜିଆରପି ଏବଂ ଆରପିଏଫକୁ ଖବର ଦେଇ ଶ୍ରମିକଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ କରିବାକୁ କହିଥିଲେ ।  ଏହି ସମୟରେ ମହମ୍ମଦ ଇମରାନ ଓରଫ ବଣ୍ଟି ଖାନ ଓ ବଣ୍ଟି ବେହେରାଙ୍କ ସହ ଅନ୍ୟ ୬ ରୁ ଅଧିକ ଲୋକ ଆସି ବିଧାୟକକୁ ଗାଳି କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ବିଧାୟକ କଣ୍ଟାବାଞ୍ଜି ଜିଆରପି ଥାନାରେ ଅଭିଯୋଗ ହୋଇଛି ।

Read More ଜଙ୍ଗଲ ନିଆଁକୁ ରୋକୁଛି AI - ମନ୍ତ୍ରୀ

 

Read More ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ,ସୁରକ୍ଷାରେ ୪୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ

Read More ଆରମ୍ଭ ହେଲା କୋଣାର୍କ ଫେଷ୍ଟିଭାଲ

 

Tags: