ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ

ଭୁବନେଶ୍ବର: ଆଜି ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ ଘଟିଛି। ତାଙ୍କୁ କର୍କଟ ରୋଗ ହୋଇଥିଲା ଓ ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଭୁବନେଶ୍ବର ଏମ୍‌ସରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଶେଷ ଦର୍ଶନ କରିବ ପାଇଁ ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି। ତାଙ୍କ କଣ୍ଠରୁ ନିଃସୃତ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଭଜନ, […]

Samaya Live Picture
Published On

ଭୁବନେଶ୍ବର: ଆଜି ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ ଘଟିଛି। ତାଙ୍କୁ କର୍କଟ ରୋଗ ହୋଇଥିଲା ଓ ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଭୁବନେଶ୍ବର ଏମ୍‌ସରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଶେଷ ଦର୍ଶନ କରିବ ପାଇଁ ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି।

ତାଙ୍କ କଣ୍ଠରୁ ନିଃସୃତ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଭଜନ, ଜଣାଣ, ଆଧୁନିକ ଓ ପଲ୍ଲୀ ଗୀତ ଶ୍ରୋତାମାନଙ୍କୁ ବିମୋହିତ କରିଆସିଛି। ୧୯୭୫ ମସିହାରୁ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବେ ସେ ଓଡ଼ିଶୀ ସଙ୍ଗୀତ ଗାନ କରୁଥିଲେ। ପରେ ଜଣେ ଉଚ୍ଚମାନର କଳାକାର ଭାବେ ସେ ସୁନାମ ଅର୍ଜନ କରିଥିଲେ।

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମଧ୍ୟ ସେ ଅଧ୍ୟାପନା କରୁଥିଲେ। ଦୀର୍ଘ ଦିନର ସଙ୍ଗୀତ ସାଧନା ପାଇଁ ସେ ଅନେକ ଅନୁଷ୍ଠାନ ଓ ସଙ୍ଗଠନ ପକ୍ଷରୁ ପୁରସ୍କୃତ ହୋଇଥିଲେ।

୨୦୧୫ ମସିହାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଶ୍ରୀମତି ଘୋଷଙ୍କୁ ‘ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି’ ପୁରସ୍କାର ପ୍ରଦାନ କରାଯାଇଥିଲା।