ସମ୍ବଲପୁରରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ !

ସମ୍ବଲପୁରରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ !
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ସମ୍ବଲପୁର ଜିଲ୍ଲାରୁ ଆସିଛି ଏହି ଅଭିଯୋଗ ଇ ଶନିବାର ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଝାଁକରପାଲି (ରସିଆପାଲି) ଅଞ୍ଚଳର ଜଣେ ଶ୍ରମିକଙ୍କ ମୄତ୍ୟୁ ଘଟିଥିବା ସୂଚନା ମିଳିଛି ଇ ମୃତକ ହେଉଛନ୍ତି ବିଶ୍ୱଜିତ ସାହୁ (୪୪)।ସେ ଜଣେ ଦିନ ମଜୁରିଆ ବୋଲି ଜଣା ପଡିଛି ।

ସୂଚନା ଅନୁସାରେ, ଶନିବାର ସକାଳ ପ୍ରାୟ ୯ଟା ରୁ ୧୦ଟା ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ବିଶ୍ୱଜିତ କଂକ୍ରିଟ କାମ କରୁଥିବା ସମୟରେ ହଠାତ ଅସୁସ୍ଥ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଘରକୁ ନିଆଯାଇଥିଲା ଏବଂ ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ସିଡିଏମଓକହିଛନ୍ତି ।

ଅନ୍ୟପଟେ , ରାଜସ୍ବ ଏବଂ ବିପର୍ଯୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି , ଅଂଶୁଘାତ ଜନିତ ମୃତ୍ୟୁପାଇଁ ୨୪ ଘଣ୍ଟା ମଧ୍ୟରେ ସହାୟତା ଯୋଗାଇ ଦିଆଯିବ । ଯଦି ପୋଷ୍ଟମର୍ଟମ ରିପୋର୍ଟରେ ଅସ୍ୱାଭାବିକ ଜନିତ ମୃତ୍ୟୁ ଜଣାପଡେ ତେବେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨୪ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ସହାୟତା ରାଶି ଯୋଗାଇ ଦିଆଯିବ ।

Tags: