ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ବାଇକ ସହ ଜଳି ଗଲେ ୨

କଟକ : କନ୍ଦରପୁର ଟୋଲ ଗେଟ୍‌ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ଅଘଟଣ ଘଟିଛି। ଏଥିରେ ବାଇକ ସହ ଦୁଇଜଣ ଯୁବକ ସମ୍ପୂର୍ଣ୍ଣ ଜଳିଯାଇ ପ୍ରାଣ ହରାଇଛନ୍ତି I ସୂଚନାନୁସାରେ ଗତକାଲି ରାତି ପ୍ରାୟ ୨ଟା ସମୟରେ କଟକ-ପାରାଦ୍ବୀପ ରାସ୍ତାର କନ୍ଦରପୁର ଟୋଲ୍‌ ଗେଟ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।ଏହି ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀ ଜଳି ଯାଇଛନ୍ତି। ମୃତ ଯୁବକ […]

Samaya Live Picture
Published On

କଟକ : କନ୍ଦରପୁର ଟୋଲ ଗେଟ୍‌ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ଅଘଟଣ ଘଟିଛି। ଏଥିରେ ବାଇକ ସହ ଦୁଇଜଣ ଯୁବକ ସମ୍ପୂର୍ଣ୍ଣ ଜଳିଯାଇ ପ୍ରାଣ ହରାଇଛନ୍ତି I

ସୂଚନାନୁସାରେ ଗତକାଲି ରାତି ପ୍ରାୟ ୨ଟା ସମୟରେ କଟକ-ପାରାଦ୍ବୀପ ରାସ୍ତାର କନ୍ଦରପୁର ଟୋଲ୍‌ ଗେଟ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।ଏହି ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀ ଜଳି ଯାଇଛନ୍ତି। ମୃତ ଯୁବକ ଦୁଇଜଣ ରାହାମା ଅଞ୍ଚଳର। ଦୁହେଁ ଏକ ବାଇକ୍‌ ଯୋଗେ ଯାଉଥିବା ବେଳେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ମିକ୍ସର ମ୍ୟାସିନକୁ ଧକ୍କା ଦେଇଥିଲେ। ଫଳରେ ବାଇକ୍‌ରେ ନିଆଁ ଲାଗି ଯିବା ସହ ଦୁହିଁଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥାଳରେ ପହଞ୍ଚି ମିକ୍ସର ମ୍ୟାସିନକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।