ବନ୍ଦ କୋଠରୀ ଭିତରୁ ସ୍ୱାମୀ -ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବନ୍ଦ କୋଠରୀ ଭିତରୁ ସ୍ୱାମୀ -ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର
Samaya Live News Picture
Published On

ନୂଆପଡା : ଖଡ଼ିଆଳରେ ଚାଞ୍ଚଲ୍ୟ । ବନ୍ଦ କୋଠରୀରୁ ସନ୍ଦେହ ଜନକ ଅବସ୍ଥାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖମତରେଇ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ରହିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଖଟ ଉପରେ ହାତଗୋଡ଼ ବନ୍ଧା ଅବସ୍ଥାରେ ପଡିଥିବା ଦେଖାଯାଇଥିଲା । ମୃତ ଦମ୍ପତି ହେଲେ ସଂକୀର୍ତ୍ତନ ଗହୀର ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ଗହୀର । ଦୁଇ ବର୍ଷ ପୂର୍ବରୁ ଉଭୟେ ପ୍ରେମ ବିବାହ କରିଥିବା ସୂଚନା ମିଳିଛି । ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ରହିଥିବାବେଳେ କେଉଁ କାରଣ ପାଇଁ ଏଭଳି ନିଷ୍ପତି ନେଲେ ତାହା ଏପର୍ଯ୍ୟନ୍ତ ଜଣ। ପଡ଼ିନାହିଁ ଦମ୍ପତିଙ୍କ । ଖବର ପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Tags: