୨ ରୁ ୩ ଡିଗ୍ରୀ ବଢିବ ଦିନର ତାପମାତ୍ରା

୨ ରୁ ୩ ଡିଗ୍ରୀ ବଢିବ ଦିନର ତାପମାତ୍ରା
Samaya Live News Picture
Published On

ଭୁବନେଶ୍ୱର : ଗ୍ରୀଷ୍ମ ଆରମ୍ଭରୁ ତାତି ଅସମ୍ଭାଳ। ଆଜିଠାରୁ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା। ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ତାତି ୪୦ଡିଗ୍ରୀ ଟପିବାର ସମ୍ଭାବନା ରହିଛି। 

ଗତ ୨୪ ଘଣ୍ଟା ମଧ୍ୟରେ ୩୭.୬ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅନ୍ୟପଟେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୩.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ମାର୍ଚ୍ଚ ୧୦ ତାରିଖରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। 

ଅନ୍ୟପଟେ  ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏଥିପାଇଁ ଆଗାମୀ ୨୪ ଘଣ୍ଟାରେ ଏହି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେଉଥିବା ବେଳେ ଅନ୍ୟ ସ୍ଥାନରେ ଅସହ୍ୟ ତାତି ଅନୁଭୂତ ହେଉଛି। ତେଣୁ ରାଜ୍ୟବାସୀ କିଛି ମାସ ମଧ୍ୟରେ ତାତି ଏବଂ ବର୍ଷା ଉଭୟ ଅନୁଭୂତ କରୁଛନ୍ତି। 

Tags: