ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେଲେ ଝିଅ ସୋଫିଆ

ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେଲେ ଝିଅ ସୋଫିଆ

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ମାର୍ଚ୍ଚ ବେଳକୁ ମୁଣ୍ଡ ଟେକିବ ଆଉ ଏକ ରାଜନୈତିକ ଦଳ । ଲୋକ କଂଗ୍ରେସ ନାମକ ଆଉ ଏକ ରାଜନୈତିକ ଦଳ ଗଢିବେ ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ । ଏଥିପାଇଁ ଆଜି ମୋକିମ୍‌ ଫାଉଣ୍ଡେସନ ବିଶାଳ ଯୁବ ସମାବେଶ ଆୟୋଜନ କରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବାପାଙ୍କୁ ପ୍ରଶଂସା କରିଥିଲେ ଝିଅ ସୋଫିଆ ଫିରଦୋସ । ସେ କହିଛନ୍ତି ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢିଛନ୍ତି କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ନଡରି ବାପାଙ୍କ ଲଢେଇରେ ସମସ୍ତଙ୍କୁ ସାମିଲ୍‌ ହେବାକୁ ପଡିବ । ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ । ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି । ଦେଶକୁ ଗଢିବା ପାଇଁ ସବୁ ଯୁବକଙ୍କୁ ଏକ ହେବାକୁ ପଡିବ ବୋଲି ସୋଫିଆ କହିଛନ୍ତି । ମୋକିମଙ୍କ ନୂଆ ଦଳରେ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯିବା ନେଇ ମୋକିମ କହିଥିବା ବେଳେ ଆଜି ଏଭଳି କହିଛନ୍ତି ସୋଫିଆ।

ସମ୍ବନ୍ଧିତ ଖବର ନୟାପଲ୍ଲୀ ବବ୍ଲୁ ହତ୍ୟାକାଣ୍ଡ,୫ ଗିରଫ

ନିକଟରେ ମହମ୍ମଦ ମୋକିମ୍‌ କଂଗ୍ରେସରୁ ବହିଷ୍କୃତ ହେବା ପରେ ନିଜେ ଏକ ଆଞ୍ଚଳିକ ଦଳ ଗଠନ କରିବେ ବୋଲି ଅଣ୍ଟା ଭିଡିଛନ୍ତି । ଏଥିରେ ତାଙ୍କ ସହିତ ଅନେକ ନେତା ଯୋଗ ଦେବାକୁ ଯୋଗାଯୋଗରେ ଅଛନ୍ତି ବୋଲି ମୋକିମ କହିଛନ୍ତି ।

ସମ୍ବନ୍ଧିତ ଖବର  ଚିପ୍ସ ପ୍ୟାକେଟ ଛଡାଇନେଲା ଶିଶୁର ଆଖି

 

ସମ୍ବନ୍ଧିତ ଖବର ରାଉରକେଲାରେ ବିମାନ ଦୁର୍ଘଟଣା, ୬ ଆହତ

Tags: