ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେଲେ ଝିଅ ସୋଫିଆ

ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେଲେ ଝିଅ ସୋଫିଆ

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ମାର୍ଚ୍ଚ ବେଳକୁ ମୁଣ୍ଡ ଟେକିବ ଆଉ ଏକ ରାଜନୈତିକ ଦଳ । ଲୋକ କଂଗ୍ରେସ ନାମକ ଆଉ ଏକ ରାଜନୈତିକ ଦଳ ଗଢିବେ ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ । ଏଥିପାଇଁ ଆଜି ମୋକିମ୍‌ ଫାଉଣ୍ଡେସନ ବିଶାଳ ଯୁବ ସମାବେଶ ଆୟୋଜନ କରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବାପାଙ୍କୁ ପ୍ରଶଂସା କରିଥିଲେ ଝିଅ ସୋଫିଆ ଫିରଦୋସ । ସେ କହିଛନ୍ତି ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢିଛନ୍ତି କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ନଡରି ବାପାଙ୍କ ଲଢେଇରେ ସମସ୍ତଙ୍କୁ ସାମିଲ୍‌ ହେବାକୁ ପଡିବ । ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ । ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି । ଦେଶକୁ ଗଢିବା ପାଇଁ ସବୁ ଯୁବକଙ୍କୁ ଏକ ହେବାକୁ ପଡିବ ବୋଲି ସୋଫିଆ କହିଛନ୍ତି । ମୋକିମଙ୍କ ନୂଆ ଦଳରେ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯିବା ନେଇ ମୋକିମ କହିଥିବା ବେଳେ ଆଜି ଏଭଳି କହିଛନ୍ତି ସୋଫିଆ।

ସମ୍ବନ୍ଧିତ ଖବର ଡେଡ଼ ଲାଇନ ପୂର୍ବରୁ ଓଡିଶା ହେବ ମାଓମୁକ୍ତ - ଡିଜିପି

ନିକଟରେ ମହମ୍ମଦ ମୋକିମ୍‌ କଂଗ୍ରେସରୁ ବହିଷ୍କୃତ ହେବା ପରେ ନିଜେ ଏକ ଆଞ୍ଚଳିକ ଦଳ ଗଠନ କରିବେ ବୋଲି ଅଣ୍ଟା ଭିଡିଛନ୍ତି । ଏଥିରେ ତାଙ୍କ ସହିତ ଅନେକ ନେତା ଯୋଗ ଦେବାକୁ ଯୋଗାଯୋଗରେ ଅଛନ୍ତି ବୋଲି ମୋକିମ କହିଛନ୍ତି ।

ସମ୍ବନ୍ଧିତ ଖବର ହଳଦିଆ ପଦରରେ ଟେକ୍ନିକାଲ ଟିମ

 

ସମ୍ବନ୍ଧିତ ଖବର ବ୍ରହ୍ମ ତାଳଧ୍ୱଜ ରଥ ପାଇଁ ୧ କୋଟି

Tags: