ବିବାହ ପାଇଁ ଝିଅଙ୍କ ନିଷ୍ପତ୍ତି ଗୁରୁତ୍ତ୍ୱପୂର୍ଣ୍ଣ - ହାଇକୋର୍ଟ
ଭୁବନେଶ୍ୱର : ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ । ବିବାହ ପୂର୍ବରୁ ଝିଅଙ୍କ ଅନୁମତି ନେବା ଜରୁରୀ । ଜୋର୍ ଜବରଦସ୍ତି ଝିଅର ବିବାହ କରେଇ ପାରିବେ ନାହିଁ ଅଭିଭାବକ। ଅଭିଭାବକ ମାନେ ବିବାହ ସଂପର୍କିତ ନିଷ୍ପତ୍ତି ନେବା ପୂର୍ବରୁ ଝିଅର ସ୍ବୀକୃତି ନେବା ନିଶ୍ଚିତ ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି । କନ୍ୟାକୁ ବିବାହ ପାଇଁ ବାଧ୍ୟ କରିବା ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ। ପ୍ରାପ୍ତ ବୟସ୍କ କନ୍ୟାର ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ, ହାଇକୋର୍ଟ। ଝିଅ ନିଖୋଜ ଥିବା ଅଭିଯୋଗ ନେଇ ବାପାଙ୍କ ତରଫରୁ ଦାୟର ଏକ ହେବିୟସ କର୍ପସ ପିଟିସନ୍ର ଶୁଣାଣି କରି ହାଇକୋର୍ଟ ଏଭଳି ଉଲ୍ଲେଖ କରିଛନ୍ତି । ବିବାହ କ୍ଷେତ୍ରରେ ଝିଅର ନିଷ୍ପତ୍ତି ସବୁଠୁ ଗୁରୁତ୍ବପୂର୍ଣ୍ଣ ।
କୋର୍ଟ କହିଛନ୍ତି ବିବାହ ସମ୍ପର୍କିତ କୌଣସି ନିଷ୍ପତ୍ତି ଅଭିଭାବକଙ୍କ ଦ୍ବାରା ନିଆଯିବା ପୂର୍ବରୁ ଝିଅର ଅନୁମତି ନିଆଯିବା ଉଚିତ । ଅଭିଭାବକ ମାନେ ନିଜ ନିଷ୍ପତ୍ତି ପିଲାମାନଙ୍କ ଉପରେ ଲଦି ଦେବାର ଭାବନା ବିରୋଧରେ ପ୍ରଶାସନ ସଚେତନ କରିବା ଆବଶ୍ୟକ । ପ୍ରାପ୍ତ ବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି କୋର୍ଟ ।



