ଆଜି +୨ ପରୀକ୍ଷା ଲାଗି ହେବ ତାରିଖ ଘୋଷଣା

ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ କାର୍ଡ

ଆଜି +୨ ପରୀକ୍ଷା ଲାଗି ହେବ ତାରିଖ ଘୋଷଣା

ଭୁବନେଶ୍ୱର : +୨ ପରୀକ୍ଷା ପାଇଁ ଆଜି ହେବ ତାରିଖ ଘୋଷଣା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କରିବ ତାରିଖ ଘୋଷଣା । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ  ପାଇଁ ତାରିଖ ଘୋଷଣା କରାଯିବ  । ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ କାର୍ଡ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ପ୍ରସ୍ତୂତ ପରୀକ୍ଷା ସୂଚୀକୁ ଆଜି ଅନୁମୋଦନ କରିବ ସିଏଚଏସଇ  ।

ସମ୍ବନ୍ଧିତ ଖବର ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ତଦନ୍ତ ଗୁଡିକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଫେବୃଆରୀରୁ ଆରମ୍ଭ ହୋଇପାରେ ପରୀକ୍ଷା । ଚଳିତ ବର୍ଷ +୨ ପରୀକ୍ଷା ଲାଗି ଫର୍ମ ପୂରଣ କରିଛନ୍ତି ୩ ଲକ୍ଷ ୭୩ ହଜାର ୯୧୦ ଜଣ ପରୀକ୍ଷାର୍ଥୀ ।  ଏଥିପାଇଁ ସିଏଚଏସଇର କମିଟି ବୈଠକ ଅନୁଷ୍ଠିତ ହେବ । କମିଟିର ବୈଠକରେ ସିଏଚଏସଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପରୀକ୍ଷା ସୂଚୀରେ ବାଜିବ ମୋହର ।

ସମ୍ବନ୍ଧିତ ଖବର OUSSSC ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ରଶ୍ମିରଞ୍ଜନ ସ୍ବାଇଁ

Tags: