୩ ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ନେଇ ଦିନ ଧାର୍ଯ୍ୟ
ଭୁବନେଶ୍ୱର : ତିନୋଟି ଜିଲ୍ଲାରେ ମଣ୍ଡି ଖୋଲିବା ତାରିଖ ଧାର୍ଯ୍ୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । DLPC ବୈଠକରେ ନିଷ୍ପତ୍ତି ଅନୁସାରେ, କଳାହାଣ୍ଡି ଜିଲ୍ଲାରେ ଡିସେମ୍ବର ୫, ସୁବର୍ଣ୍ଣପୁରରେ ଡିସେମ୍ବର ୧୧ ଏବଂ ବଲାଙ୍ଗୀର ଜିଲ୍ଲାରେ ଡିସେମ୍ବର ୧୪ ତାରିଖରୁ ଖୋଲିବ ଧାନ ମଣ୍ଡି। ଚଳିତ ବର୍ଷ ଲଗାତାର ବର୍ଷା ଯୋଗୁଁ ଧାନ ଠିକ୍ ସମୟରେ ପାଚିପାରିନାହିଁ। ଏହାସହ ଖରାର ପରିମାଣ କମ୍ ରହିବାରୁ ଧାନ ଅମଳରେ ବିଳମ୍ବ ହୋଇଛି। ଧାନ ପାଚିବା ପରେ ହିଁ ଅମଳ କରାଯାଇପାରିବ । ଆଗାମୀ ୧୫ରୁ ୨୦ ଦିନ ମଧ୍ୟରେ ଧାନ ପାଚି ଅମଳ ହେବ ବୋଲି ଆଶା ରହିଛି ।
ସେହିପରି ମଡେଲ ମଣ୍ଡି ଖୋଲିବା ନେଇ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ନୂଆ ମଣ୍ଡି ଖୋଲିବା ନେଇଛ ସରକାର ତତ୍ପର । ନୂଆ ମଣ୍ଡି ଖୋଲିବା ପାଇଁ ପ୍ରମୁଖ ସମସ୍ୟା ହେଲା ଜାଗା । ଯେତିକି ଜାଗା ରହିଛି ତା'ଭିତରେ ମଣ୍ଡି ଖୋଲିବାକୁ ପ୍ରଚେଷ୍ଟା ଚାଲିଛି । ଗତବର୍ଷ ଡିସେମ୍ବର ୧୫ ସୁଦ୍ଧା ମଣ୍ଡି ଖୋଲିଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୫ରୁ ମଣ୍ଡି ଖୋଲିବାକୁ ଯାଉଛି। ଧାନ ସଂଗ୍ରହ ପାଇଁ ପୂର୍ବରୁ ଥିବା ବ୍ୟବସ୍ଥା ହିଁ ବଳବତ୍ତର ରହିବ ବୋଲି ମନ୍ତ୍ରୀ କହିଛନ୍ତି ।




