ଅଗଷ୍ଟ ୧୫ ସୁଦ୍ଧା ଜେଲ ରୁ ମୁକୁଳିବେ ଦାରା ସିଂ - ସୁପ୍ରିମକୋର୍ଟ
ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ । ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆସିଲା ବଡ଼ ରାୟ । ଅଗଷ୍ଟ ୧୫ ତାରିଖ ସୁଦ୍ଧା ଜେଲ ରୁ ମୁକୁଳିବେ ରବୀନ୍ଦ୍ର ପାଲ ଓରଫ ଦାରା ସିଂ । ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ୨ ନାବାଳକ ପୁଅକୁ ଜିଅନ୍ତା ଜାଳି ହତ୍ୟା ମାମଲାରେ ଦୀର୍ଘ ୨୬ ବର୍ଷ ହେବ ଜେଲ ରେ ଅଛନ୍ତି ଦାରା ସିଂ । ଓଡିଶା ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SSRB )ଦାରା ସିଂ ଙ୍କ ମୁକ୍ତି ପାଇଁ ସୁପ୍ରିମ କର୍ଙ୍କୁ ଅବଗତ କରାଇଥିଲେ । ଏନେଇ ସୂଚନା ଦେଇଛନ୍ତି ଦ୍ୱାରା ସିଂ ନଳା ଓକିଲ ଏ.ପି.ସିଂ । ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୁକ୍ତ ନହେଲେ ଅଗଷ୍ଟ ୧୯ ରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୁପ୍ରିମ୍କୋର ନିର୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟଙ୍କ ଡିଭିଜନ ବେଞ୍ଚର ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଶେଷ ହୋଇଛି । ଚଳିତ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହୋଇଥିବା 'ଷ୍ଟେଟ ରିଭ୍ୟୁ ବୋର୍ଡ' ବୈଠକରେ ଭଲ ଆଚରଣ ଓ ଦୀର୍ଘ ଦିନର ସଜା କାଟିବା ଆଧାରରେ ଦାରା ସିଂହଙ୍କୁ ଜେଲ୍ରୁ ମୁକ୍ତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଏହି ଆଧାରରେ ଦାରା ସେନା ପକ୍ଷରୁ ମାମଲା ପରିଚାଳନା କରାଯାଇଥିଲା । ଦାରା ସେନା ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଏ. ପି. ସିଂହ ଏହି ନିଷ୍ପତ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି।




