ଫୁଲିଛି ମହାନଦୀ : ଶନିବାର ରାତିରେ ବନ୍ୟା !

ସମ୍ବଲପୁର/ଭୁବନେଶ୍ୱର: ସେପ୍‌ଟେମ୍ବର ୧୭: ଲଗାଣ ବର୍ଷା ପରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି । ଜଳ ନିଷ୍କାସନ ନେଇ ୨୮ଟି ଗେଟ୍‌ ଖୋଲାଯାଇଥିବାରୁ ଜଳର ପ୍ରବାହ ଅଧିକ ରହିଛି । ତେଣୁ ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳ ଗୁଡ଼ିକରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ଏହି ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ଯେ, ଛତିଶଗଡ଼ରେ ପ୍ରବଳ […]

Samaya Live Picture
Published On

ସମ୍ବଲପୁର/ଭୁବନେଶ୍ୱର: ସେପ୍‌ଟେମ୍ବର ୧୭: ଲଗାଣ ବର୍ଷା ପରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି । ଜଳ ନିଷ୍କାସନ ନେଇ ୨୮ଟି ଗେଟ୍‌ ଖୋଲାଯାଇଥିବାରୁ ଜଳର ପ୍ରବାହ ଅଧିକ ରହିଛି । ତେଣୁ ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳ ଗୁଡ଼ିକରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ଏହି ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ଯେ, ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ଼୍ୟାମ ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦକୁ ୫.୨୦ ଲକ୍ଷ କୁସେକ୍‌ ଜଳ ପଶୁଛି । ୪.୮୦ ଲକ୍ଷ କୁସେକ୍‌ ଜଳ ନିଷ୍କାସନ ହେଉଛି ।
ହୀରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡୁଳିରେ ବଢ଼ିବ । ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍‌ ପାସ୍‌ କରିବ । ମୁଣ୍ଡୁଳିରେ ମଧ୍ୟାହ୍ନରେ ଗଲେ ରାତି ସୁଦ୍ଧା ତଳିଆ ଅଞ୍ଚଳରେ ପହଞ୍ଚିବ । କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରେ ଶନିବାର ରାତିରେ ପାସ୍‌ କରିବ । ଶନିବାର ରାତିରେ ଏକ ଛୋଟ/ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଉପୁଜିବ । ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ୬ଟି ଜିଲ୍ଲାରେ ୩୦ ଟିମ୍‌ ଓଡ୍ରାଫ୍‌, ୧୨ ଟିମ୍‌ ମୁତୟନ କରାଯାଇଛି । ତେବେ ଏଯାଏଁ ସେମିତି ଉଦବେଗଜନକ ସ୍ଥିତି ନାହିଁ ବୋଲି କହିଛନ୍ତି ଏସଆରସି । ଗତକାଲି ସୁଦ୍ଧା ହୀରାକୁଦ ଡ୍ୟାମ୍ର ୨୪ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଗୁରୁବାର ଆଉ ୪ଟି ଗେଟ୍‌ ଖୋଲିଛି । ଏଥିସହ ଏ ଯାବତ ହୀରାକୁଦ ଡ୍ୟାମର ସମୁଦାୟ ୨୮ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ । ଆଜି ସକାଳ ୭ଟାରେ ହୀରାକୁଦ ଜଳସ୍ତର ୬୨୮.୪୧ ଫୁଟ ଥିଲା । ଏହାପରେ ଜଳସ୍ତର ବି ୮ଟାରେ ତାହା ୬୨୮.୪୫ ଫୁଟ ଓ ୯ଟାରେ ୬୨୮.୫୦ ଫୁଟରେ ପହଞ୍ଚିଥିଲା । ଏହାପରେ ୧୦ଟାରେ ଜଳସ୍ତର ୬୨୮.୫୬ ଫୁଟ୍‌ ଥିବା ବେଳେ ୧୧ଟାରେ ୬୨୮.୬୨ ଫୁଟରେ ପହଞ୍ଚିଛି । ହୀରାକୁଦରେ ୨୮ଟି ଗେଟ୍‌ ଖୋଲା ଯାଇଥିଲେ ବି ମୁଣ୍ଡଳିରେ ସ୍ଥିତି ନିରାପଦ ରହିଛି । ଏଠାରେ ବିପଦ ସଂକେତ ୯୭.୨୫ ଫୁଟ୍‌ ଥିବାବେଳେ ବର୍ତ୍ତମାନ ଜଳ ପତ୍ତନ ଏହାର ବହୁ ତଳେ ରହିଛି । ବ୍ୟାରେଜର ସମସ୍ତ ଗେଟ୍‌ ଖୋଲାଯାଇଛି । ଫଳରେ ମୁଣ୍ଡଳୀ ଦେଇ ଏବେ ସାଢ଼େ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଛି ।
କଟକ ଜିଲ୍ଲା ମୁଣ୍ଡଳିରେ ଗୁରୁବାର ସକାଳେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଜଳ ସଂପଦ ବିଭାଗ ସଚିବ ଅନୁ ଗର୍ଗ । ଏହି ସମୟରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ଓ ମୁଣ୍ଡଳି ବ୍ୟାରେଜର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଗୁରୁବାର ହୀରାକୁଦରେ ଅଧିକ ଗେଟ୍‌ ଖୋଲାଯାଇଥିଲେ ବି ସେ ପାଣି ଆସି ଏଠାରେ ପହଞ୍ଚୁ ପହଞ୍ଚୁ ୧୮ ତାରିଖ ସକାଳ ହୋଇଯିବ । ସେତେବେଳକୁ ଏଠାରୁ ଜଳ ନିଷ୍କାସନ ହୋଇ ସାରିଥିବ । ଏଣୁ ୧୮ ତାରିଖ ସକାଳ ବେଳକୁ ମୁଣ୍ଡଳୀ ବ୍ୟାରେଜ ଦେଇ ୭ ଲକ୍ଷରୁ ସାଢ଼େ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି ।