ଟଙ୍କା ଅଭାବରୁ ଆସିପାରୁନାହିଁ ଦାଦନଙ୍କ ମୃତଦେହ

ଟଙ୍କା ଅଭାବରୁ ଆସିପାରୁନାହିଁ ଦାଦନଙ୍କ ମୃତଦେହ

ବଲାଙ୍ଗୀର : ବେଡି ଉପରେ କୋରଡ଼ା ମାଡ଼ । ବଲାଙ୍ଗିରରେ ସରୁନି ଦାଦନ ଦୁଃଖ । ଘରର ଆର୍ଥିକ ପରିସ୍ଥିତି ଦୂର କରିବା ପାଇଁ ବଲାଙ୍ଗୀରରୁ ସୁଦୂର କେରଳାକୁ ଦାଦନ ଖଟିବାକୁ ଯାଇଥିଲା ଘରର ରୋଜଗାରିଆ ପୁଅ । କିନ୍ତୁ ଦାଉ ସାଧିଲା ଦଇବ । ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଟଙ୍କା ଅଭାବରୁ ଚାରି ଦିନ ହେଲା କେରଳରୁ ଆସିପାରୁନି ମୃତଦେହ । ମୃତ ଯୁବକ ହେଲେ ବଳରାମ ପ୍ରଧାନ । ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁରେ ଏହି ଦୁଃଖଦ ଘଟଣା ଘଟିଛି । 

ସମ୍ବନ୍ଧିତ ଖବର ମନ୍ତ୍ରୀଙ୍କ ବାସ ଭବନରୁ ମୃତଦେହ ଉଦ୍ଧାର

ବଳରାମ ଦୀର୍ଘ ବର୍ଷ ହେଲା କେରଳକୁ ଦାଦନ ଖଟିବାକୁ ଯାଇଥିଲେ । ସେ ସେଠାରେ କାମ କରୁଥଯିବାବେଳେ କିଛିଦିନ ପୂର୍ବରୁ ଘରକୁ ଫେରି ଧାନ ବିକ୍ରୀ କରିଥିଲେ । କିନ୍ତୁ ଧାନ ବିକ୍ରି ଟଙ୍କା ବଳରାମଙ୍କ କେରଳ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା ଏବଂ ଏହି ଟଙ୍କା ଆଣିବାକୁ ସେ କେରଳ ଯାଇଥିଲେ । କିନ୍ତୁ ସେଠି ଅସୁସ୍ଥ ହୋଇ ବଳରାମଙ୍କ ମୃତ୍ୟୁ ହୋଇଥିଲା । ଟଙ୍କା ମୃତଦେହ ଫେରାଇ ଆଣିବା ପାଇଁ ପରିବାର ନିକଟରେ ଯଥେଷ୍ଟ ସମ୍ବଳ ନଥିବାରୁ ପରିବାର ଲୋକେ ଜିଲ୍ଲାପାଳ, ଏସପି ଓ ଶ୍ରମ ଅଧିକାରୀଙ୍କୁ ଭେଟି ସାହାଯ୍ୟ ମାଗିଛନ୍ତି ।

ସମ୍ବନ୍ଧିତ ଖବର ପୃଥକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

Tags: