ବନ୍ଧା ହେବେ ଦାଦନ ଦଲାଲ - ମନ୍ତ୍ରୀ
ଭୁବନେଶ୍ୱର : ଏଣିକି ଆଉ ନିସ୍ତାର ପାଇବେ ନାହିଁ ଦାଦନ ଦଲାଲ । ସାବଧାନ କରାଇଲେ ଶ୍ରମ ମନ୍ତ୍ରୀ ।ବିନା ପଞ୍ଜିକରଣରେ ଶ୍ରମିକଙ୍କୁ ଚାଲାଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ କଡା ଚେତାବନୀ ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ନାବାଳିକାଙ୍କୁ ବାହାରକୁ ପଠାଇଲେ ନିସ୍ତାର ନାହିଁ । ଦଲାଲଙ୍କୁ ଚିହ୍ନଟ କରୁଛି ଶ୍ରମ ବିଭାଗ । ସରପଞ୍ଚ ଏବଂ ପଂଚାୟତ ଅଧିକାରୀଙ୍କୁ ଶ୍ରମ ବିଭାଗର ନିର୍ଦ୍ଦେଶ । ବାହାରକୁ ଯାଉଥିବା ଶ୍ରମିକଙ୍କ ତଥ୍ୟ ଦେବେ ପଞ୍ଚାୟତ କର୍ତୃପକ୍ଷ । ଏଥିପାଇଁ ସ୍ୱତନ୍ତ୍ର ଫର୍ମ ଆରମ୍ଭ ହେବ । ଦାଦନ ପ୍ରଥାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଏବେ ରାଜ୍ୟବ୍ୟାପୀ ସର୍ଭେ ସହ ତଥ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ବାହାରକୁ ଯାଉଥିବା ସମସ୍ତ ଶ୍ରମିକ ମାନଙ୍କର ତଥ୍ୟ ସଂଗ୍ରହ କରିବେ ବିଡ଼ିଓ । ବିଶେଷକରି ଲୋଭ ଦେଖାଇ ନାବାଳିକା ଓ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ପଠାଉଥିବା ଦଲାଲଙ୍କ ପ୍ରତି ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି
Tags:




