ସିଲିଣ୍ଡର ଫାଟି ୧ ମୃତ ୫ ଗୁରୁତର
ନୟାଗଡ : ଗ୍ୟାସ ସିଲିଣ୍ଡର ଫାଟି ଭୟଙ୍କର ବିସ୍ଫୋରଣ । ଗୋଟିଏ ପରିବାରର ୬ଜଣ ଗୁରୁତର । ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୫ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ନୟାଗଡ ଜ଼ିଲ୍ଲା ରଣପୁର ଏନଏସସିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।
ଗତକାଲି ସନ୍ଧ୍ୟାରେ ମଣ୍ଟୁ ପ୍ରହରାଜଙ୍କ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ସମ୍ପୂର୍ଣ୍ଣ ଘରେ ନିଆଁ ବ୍ୟାପିଯାଇଥିଲ । ଫଳରେ ମଣ୍ଟୁ ପ୍ରହରାଜଙ୍କ ସମେତ ସନ୍ତୋଷ ପ୍ରହରାଜ ଓ ଘରର ସମସ୍ତ ସଦସ୍ୟ ନିଆଁରେ ପୋଡ଼ିଯାଇଥିଲେ। ଘଟଣା ସ୍ଥଳରେ ରଣପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସମସ୍ତ ଗୁରୁତର ମାନଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ସମୟରେ ଗୀତାରାଣୀ ମହାନ୍ତି(୫୯)ର ମୃତ୍ୟୁ ଘଟିଥିଲା।
Tags:



