ବାତ୍ୟା ପ୍ରସ୍ତୁତି ,ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ବାତ୍ୟା ପ୍ରସ୍ତୁତି ,ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
Samaya Live News Picture
Published On

ଭୁବନେଶ୍ୱର : ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି । ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ସରକାର କଠୋର ନିର୍ଦ୍ଦେଶାବଳୀ ଜାରି କରିବା ସହ ସରକାରୀ ଛୁଟିଦିନ ଗୁଡ଼ିକୁ ମଧ୍ୟ ବାତିଲ କରି ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି । ୪ର୍ଥ ଶନିବାର ଓ ରବିବାର ସତ୍ତ୍ୱେ ସମସ୍ତେ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରଶାସନକୁ ୨୪ଘଣ୍ଟିଆ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଇଏମଡି ଆକଳନ ଅନୁସାରେ ପ୍ରସ୍ତୁତ କରାଯାଇଛି ରୋଡ ମ୍ୟାପ୍ । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୨୭ ତାରିଖ ପାଇଁ ୩ ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଆସନ୍ତା କାଲି ସକାଳ ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

ରିଲିଫ୍ ଓ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖିବାକୁ କୁହାଯାଇଥିବା ରାଜସ୍ବମନ୍ତ୍ରୀ ସୂଚନା ଦିଆଯାଇଛି । ଓଡ୍ରାଫ୍ ଓ NDRF ଟିମ୍ ସଜାଗ ଥିବା ସହ ଆଦୌ ବିଚଳିତ ନ ହେବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । କେଉଁଠି ଲ୍ୟାଣ୍ଡଫଲ ହେବ ତାହା ଏବେସୁଦ୍ଧା ଆଇଏମଡି ଆକଳନ କରିନାହିଁ । ତେବେ ଆନ୍ଧପ୍ରଦେଶର କାକିନାଡାରୁ ଗୋପାଳପୁର ମଧ୍ୟରେ କେଉଁଠି ଲ୍ୟାଣ୍ଡଫଲ ହୋଇପାରେ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି । 

Tags: