ସାଇବର ଠକେଇ,ଯାଜପୁରରେ କ୍ରାଇମ ବ୍ରାଞ୍ଚ ଚଢ଼ାଉ
By: Samaya Live News
ଯାଜପୁର : ସାଇବର ଠକେଇ ଅଭିଯୋଗରେ ଯାଜପୁର ଜିଲ୍ଲାରେ କ୍ରାଇମବ୍ରାଞ୍ଚ ଚଢ଼ାଉ । ସୋମବାର ରାତିରେ ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ସରୋଜ ଜେନାଙ୍କ ଘରେ ଚଢ଼ାଉ କରାଯାଇଛି I ରାତି ୧୧ ଟାରୁ ୩ ଟା ଯାଏଁ ଚଢ଼ାଉ ଜାରି ରହିଥିଲା । ଚଢ଼ାଉ ବେଳେ ତାଙ୍କ ଘରୁ ୨୦ ଲକ୍ଷ ଟଙ୍କା ସହିତ ସୁନା, ରୂପା ଜବତ କରିଛି କ୍ରାଇମବ୍ରାଞ୍ଚ । ତେବେ ଚଢ଼ାଉ ସୂଚନା ପାଇ ସରୋଜ ଜେନା ଘରୁ ଫେରାର ହୋଇଯାଇଛି । କଟକ ଓ ଧର୍ମଶାଳା କ୍ରାଇମବ୍ରାଞ୍ଚ ମିଳିତ ଚଢ଼ାଉ କରି ୩ ଜଣଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।
ସମ୍ବନ୍ଧିତ ଖବର ବିରଳ କୃଷ୍ଣସାର ମୃଗ ଗଣନା ଆରମ୍ଭ
ସୂଚନା ଅନୁସାରେ, ପୋବଳ ଗାଁର ସରୋଜ ଜେନା ଦୀର୍ଘ ଦିନ ହେବ ଅନ ଲାଇନରେ ଲକ୍ଷାଧିକ ଟଙ୍କା ଠକେଇ କରି ଆସୁଥିଲା। ଏନେଇ ସାଇବର ଥାନାରେ ଅଭିଯୋଗ ପରେ କଟକ ସାଇବର ପୋଲିସ ପକ୍ଷରୁ ସୋମବାର ଦିନ ଏହି ଗାଁରେ ଛାନଭିନ କରିବା ସହ ଧର୍ମଶାଳା ପୋଲିସ ସହଯୋଗରେ ରାତି ଅଧରେ ଚଢ଼ାଉ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ଚଢ଼ାଉ ଜାରି ରହିଛି ।
ସମ୍ବନ୍ଧିତ ଖବର ସୁନ୍ଦରପଦା ବାଣ ବିସ୍ଫୋରଣ ଘଟଣାରେ NIA ତଦନ୍ତ ଜାରି
Tags:



