ସାବାଡ଼ ହେବେ ସାଇବର ଅପରାଧୀ ,ଓଡିଶା ପୋଲିସ ଆରମ୍ଭ କଲା ସ୍ୱତନ୍ତ୍ର ଅଭିଯାନ 'ସାଇବର କବଚ

ସାବାଡ଼ ହେବେ ସାଇବର ଅପରାଧୀ ,ଓଡିଶା ପୋଲିସ ଆରମ୍ଭ କଲା ସ୍ୱତନ୍ତ୍ର ଅଭିଯାନ 'ସାଇବର କବଚ

ଭୁବନେଶ୍ୱର : ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଆରମ୍ଭ I ସାଇବର ଅପରାଧୀଙ୍କ ଆର୍ଥିକ ଭିତ୍ତିଭୂମିକୁ ନଷ୍ଟ କରିବା ଏହି ‘ସାଇବର କବଚ’ ଅଭିଯାନର ମୁଖ୍ୟ ଲକ୍ଷ୍ୟ । ଜନସାଧାରଣଙ୍କ ଡିଜିଟାଲ୍ ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ସଂକଳ୍ପ ବଦ୍ଧ । ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ପାଇଁ ଅଭିଯାନ ଜାରି ରଖିଛି ଓଡିଶା ପୋଲିସ । 

ସମ୍ବନ୍ଧିତ ଖବର ରାୟଗଡାରେ ଲାଗିଲା ମାଓ ପୋଷ୍ଟର

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଇବର ଠକେଇ ପାଇଁ ବ୍ୟବହାର ହେଉଥିବା ‘ବେନାମୀ ବ୍ୟାଙ୍କ ଆକାଉଣ୍ଟ’  ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । ଆଜି ସମଗ୍ର ରାଜ୍ୟରେ ମୋଟ ୭୩ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚ କରାଯାଇଛି । ପୋଲିସ ୩ଟି ନୂତନ ସାଇବର ମାମଲା ରୁଜୁ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ବ୍ୟତୀତ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସାଇବର ଅପରାଧରେ ସହାୟତା କରୁଥିବା ୫୧ ଜଣ ବ୍ୟକ୍ତିଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି । ଏହି ଅଭିଯାନରେ ବୌଦ୍ଧ ଜିଲ୍ଲାରେ ୪୫ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯିବା ସହ ୧ଟି ନୂତନ ମାମଲା ରୁଜୁ କରାଯାଇଛି ଏବଂ ୪୫ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। 

ସମ୍ବନ୍ଧିତ ଖବର ୨୦ରୁ ଠିକାଦାର ସଂଘ ଆନ୍ଦୋଳନ

ସେହିପରି ମାଲକାନଗିରି ଜିଲ୍ଲାରେ ୨୦ଟି ମବେନାମୀ ଆକାଉଣ୍ଟ୍ ଯାଞ୍ଚ କରାଯାଇ ୧ଟି ନୂତନ ମାମଲା ରୁଜୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରେ ୨ଟି ବେନାମୀ ଆକାଉଣ୍ଟ୍ ଯାଞ୍ଚ କରାଯାଇଛି । ପୂର୍ବରୁ ରୁଜୁ ହୋଇଥିବା ମାମଲା ସହ ୨ଟି ଲିଙ୍କ୍ ମିଳିବା ପରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। 

ସମ୍ବନ୍ଧିତ ଖବର ଆସନ୍ତା ୧୬ ତାରିଖରେ ପ୍ରକାଶ ପାଇବ ଜେଇ ମେନ ସେସନ୍ -୧ ପରୀକ୍ଷାଫଳ

ଅନ୍ୟପଟେ,କଟକ (ୟୁପିଡି)ରେ ୬ଟି ମ୍ୟୁଲ୍ ଆକାଉଣ୍ଟ୍ ଯାଞ୍ଚ ସହ ୧ଟି ନୂତନ ମାମଲା ରୁଜୁ କରାଯାଇ ୬ ଜଣଙ୍କୁ ନୋଟିସ୍ ଦିଆଯାଇଛି । 

Tags: