କଟକ ସାହିତ୍ୟ ସରୋବର ୨୦୨୬
ସାହିତ୍ୟ ଓ ନୃତ୍ୟର ସମ୍ପର୍କ ଖୁଵ ନିବିଡ.... ସୁବାସ ସିଂହ, ମେୟର, କଟକ
କଟକ : ମହାନଦୀକୂଳ ବାଲିଯାତ୍ରା ପଡିଆରେ କଟକ ମହାନଗର ନିଗମ ତରଫରୁ ଆୟୋଜିତ ହେଉଥିବା କଟକ ପୁସ୍ତକ ମେଳାର ପ୍ରଥମ ସଂସ୍କରଣ " କଟକ ସାହିତ୍ୟ ସରୋବର ୨୦୨୬ ମହାସମାରୋହରେ ପାଳିତ ହେଉଥିବାବେଳେ ସମସ୍ତ ପରିବେଶ ପାଠକ ଓ ଦର୍ଶକଙ୍କୁ ଖୁଵ ନିଆରା ଅନୁଭୂତି ଦେଉଛି.ପ୍ରତେହ ସନ୍ଧ୍ୟାରେ ଶତାଧିକ ଦର୍ଶକଙ୍କ ଗହଣରେ ସାହିତ୍ୟ ଓ ନୃତ୍ୟମଞ୍ଚ ଦର୍ଶକଙ୍କୁ ଆମୋହିତ କରୁଛି। ଗତକାଲି ମଞ୍ଚରେ ମେୟର ସୁବାସ ସିଂହ, ବିଶିଷ୍ଟ ସାହିତ୍ୟକ ପ୍ରାଧ୍ୟାପକ ଡ଼କ୍ଟର ବାବାଜୀ ଚରଣ ପଟ୍ଟନାୟକ, ଗୀତିକବି ସମାଜର ସଭାପତି ଗୌର ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ପୁସ୍ତକ ଓ ପାଠକ ସମାଜର ଏକ ଅଙ୍ଗ ବୋଲି କହିଥିବାବେଳେ ସାହିତ୍ୟରେ ନୃତ୍ୟର ସମନ୍ୱୟ ପାଠକଙ୍କୁ ସମୋହନ କରେ ବୋଲି ମେୟର ସୁବାସ ସିଂହ କହିଛନ୍ତି।
ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଶାଳା, ସଂସ୍କୃତି କେନ୍ଦ୍ର କଟକର ପ୍ରତିଷ୍ଠାତା " ଓଡ଼ିଆ ସାହିତ୍ୟରେ ନୃତ୍ୟର ପ୍ରୟୋଗ ଓ ପ୍ରଭାବ " ସନ୍ଧର୍ଭ ପାଇଁ ବିଶ୍ଵବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଅନୁବନ୍ଧିତ ହୋଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା ପରେ ଡକ୍ଟରେଟ ଉପାଧି ଲାଭ କରି ଓଡ଼ିଆ ଭାଷା ସାହିତ୍ୟରେ ଅଧ୍ୟାପନା ଜାରିରଖିଥିବା ଓଡ଼ିଆ ଅଧ୍ୟାପକ ତଥା ଓଡିଶୀ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀଙ୍କ ନିର୍ଦେଷିତ ଓ ଡ଼କ୍ଟର ସଂଗୀତା ସାହୁଙ୍କ ସଂଯୋଜିତ ଓଡ଼ିଶୀନୃତ୍ୟ ଗଣେଶ ବନ୍ଦନା ଓ ଜୟଦେବଙ୍କ କୃତ ଗୀତଗୋବିନ୍ଦ ଆଧାରିତ ନୃତ୍ୟ ସାହିତ୍ୟନୁରାଗୀ ଓ ନୃତ୍ୟପ୍ରେମୀ ଦର୍ଶକଙ୍କୁ କିଛି କ୍ଷଣପାଇଁ ନୃତ୍ୟ ମନସ୍କ କରିଥିଲା। ମହାନଗରନିଗମର ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଅବିନାଶ ମହାପାତ୍ରଙ୍କ ଗାରିମାମୟ ଆୟୋଜନ ସମ୍ପାଦନା ସହ ଧନ୍ୟବାଦ ଅର୍ପଣ କରିଥିବାବେଳେ ଉଦଘୋଷାକ ଇଂ ଶ୍ରୀନିବାସ ଘଟୁଆରି ମଞ୍ଚ ସଂଚାଳନ କରିଥିଲେ ।



