କଟକ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ବଦଳି

କଟକ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ବଦଳି
Samaya Live News Picture
Published On

କଟକ : ନିଆଳି ପନିର ଅପମିଶ୍ରଣ କୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ । କାର୍ଯ୍ୟରେ ଅବହେଳା ପାଇଁ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ହରିଆଣାରୁ ପନିର ଅପମିଶ୍ରଣ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିଆଳି ଅଞ୍ଚଳରେ ଦାୟୀତ୍ଵରେ ଥିଲେ ଅମିତା ଦାସ ।

ସୂଚନାନୁସାରେ, ଗତ ଅଗଷ୍ଟ ୧୯ ସଂଧ୍ୟାରେ କଟକ ଲିଙ୍କରୋଡ୍‌ ଓ ପ୍ରେସଛକରେ ଚଢ଼ଉ କରିଥିଲା  କେଏମ୍‌ସିର ସ୍ବାସ୍ଥ୍ୟ ବିଭାଗ । ଏହି ସମୟରେ ସହର ମଧ୍ୟକୁ ନିଆଳିରୁ ୭ଟି ଅଟୋ ଓ ଟାଟା ଏସି ଗାଡ଼ିରେ ୭୦ କ୍ବିଣ୍ଟାଲରୁ ଅଧିକ ପନିର୍‌ ଆସୁଥିବା ବେଳେ ଲିଙ୍କରୋଡ୍‌ରୁ ଏହାକୁ ଜବତ କରାଯାଇଥିଲା। ଜବତ ପନିର୍‌କୁ ସେହି ସ୍ଥାନରେ ଆୟୋଡିନ୍‌ ଚେଞ୍ଜର୍‌ ମାଧ୍ୟମରେ ପରୀକ୍ଷା କରାଯିବା ପରେ ତାହା ଅପମିଶ୍ରିତ ବୋଲି ଜଣାପଡ଼ିଥିଲା। ଉକ୍ତ ପନିର୍‌ ମଇଦା, ଆରାରୁଟ ଓ କେମିକାଲ୍‌ ମିଶାଯାଇ ପ୍ରସ୍ତୁତ କରାଯାଉଥିବା କିଛି ବ୍ୟବସାୟୀ ମାନିଥିଲେ। ପରେ ଖାଦ୍ୟ ସୁରକ୍ଷା ଆଇନ ବଳରେ ଜବତ ଅପମିଶ୍ରିତ ପନିରକୁ ସତୀଚୌରା ନିକଟରେ ପୋତି ଦିଆଯିବା ସହ ପରୀକ୍ଷା ପାଇଁ ପନିର ନମୁନା ସଂଗ୍ରହ କରି ହରିୟାଣା ଲ୍ୟାବ କୁ ପଠାଯାଇଥିଲା । ଲ୍ୟାବରୁ ଅପମିଶ୍ରଣ ହୋଇଥିବା ଏବଂ ଜବତ ପନିର ଖାଇବା ଅନୁପଯୋଗୀ ବୋଲି ରିପୋର୍ଟ ଆସିବା ପରେଶରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅମିତା ଦାସଙ୍କୁ ରାଇରଙ୍ଗପୁରକୁ ବଦଳି କରାଯାଇଥିବା ଜଣାଯାଇଛି । ସେ ନିଆଳି ଅଞ୍ଚଳର ଖାଦ୍ୟ ସୁରକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ହେତୁ ଓ ଦାୟିତ୍ୱ ସଠିକ୍ ରୂପେ ତୁଲାଇନଥିବାରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Tags: