କଟକ : କାର୍ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ଆହତ

କଟକ : ବିଡାନାସୀ ଭୁଆସୁଣୀ ବନ୍ଧ ଗଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ମଶାଣି ଛକରେ କାର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ମୃତାହତଙ୍କୁ ଉଦ୍ଧାର କରି କଟକ ଏସସିବି ରେ ଭର୍ତି କରାଯାଇଛି I ସୂଚନା ଅନୁଯାୟୀ, ଢେଙ୍କାନାଳରୁ ଆସିଥିବା କାରରେ ଡ୍ରାଇଭର ସମେତ ୩ଜଣ ଯାତ୍ରା କରୁଥିଲେ । ବିଡାନାସୀ ମଶାଣି ଛକରେ ହଠାତ ଏକ […]

Samaya Live Picture
Published On

କଟକ : ବିଡାନାସୀ ଭୁଆସୁଣୀ ବନ୍ଧ ଗଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ମଶାଣି ଛକରେ କାର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ମୃତାହତଙ୍କୁ ଉଦ୍ଧାର କରି କଟକ ଏସସିବି ରେ ଭର୍ତି କରାଯାଇଛି I

ସୂଚନା ଅନୁଯାୟୀ, ଢେଙ୍କାନାଳରୁ ଆସିଥିବା କାରରେ ଡ୍ରାଇଭର ସମେତ ୩ଜଣ ଯାତ୍ରା କରୁଥିଲେ । ବିଡାନାସୀ ମଶାଣି ଛକରେ ହଠାତ ଏକ ଟ୍ରକ ଆସି ସାମ୍ନା ପଟୁ କାରକୁ ଧକ୍କା ଦେଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି । ମୃତ ଓ ଆହତ ବ୍ୟକ୍ତିଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡିଛି।