ରାଜ୍ୟରେ ବର୍ତ୍ତମାନ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ

Samaya Live News Picture
Published On

ଭୁବନେଶ୍ୱର : ଶୀତକାଳୀନ ବିଧାନସଭା ଅଧିବେଶନର ଆଜି ଷଷ୍ଠ ଦିବସ । ବିଧାନସଭାରେ ସୁରୁଖୁରୁରେ ଚାଲିଥିଲା ପ୍ରଶ୍ନକାଳ । ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଶୀତଳ ଭଣ୍ଡାର ନେଇ ପ୍ରଶ୍ନରେ କୃଷି ମନ୍ତ୍ରୀଙ୍କ ପକ୍ଷରୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି । ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ବିଗତ ୧୦ ବର୍ଷରେ ରାଜ୍ୟରେ ୨୬ଟି ଶୀଳତ ଭଣ୍ଡାର ନିର୍ମାଣ ହୋଇଛି । ଏବେ ୨୨ଟି କାର୍ଯ୍ୟକ୍ଷମ ଓ ୪ଟି କାର୍ଯ୍ୟକ୍ଷମ ନାହିଁ । ଏହି ୨୨ଟି ମଧ୍ୟରୁ ୨୦ଟି ସରକାରୀ ଓ ୭୮ଟି ବେସରକାରୀ ଶୀତଳଭଣ୍ଡାର ରହିଛି । ସବ ଡିଭିଜନ ସ୍ତରରେ ୫୮ଟି ନିର୍ମାଣ ଲକ୍ଷ୍ୟ ରହିଛି, ଏଥିପାଇଁ ୨୫୨କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୧୫ଟି ନୂଆ ଓ ୨ଟି ଅଚଳ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି । 

ମନ୍ତ୍ରୀ କହିଛନ୍ତି , ଯଦି ସବୁ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଥାନ୍ତା ଆଳୁ ଝଡ଼ ଦେଖିବାକୁ ମିଳିନଥାନ୍ତା। ସବଡିଭିଜନ ସ୍ତରରେ ୫୮ଟି ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଗକୁ ବ୍ଲକ ସ୍ତରରେ ନିର୍ମାଣ ପାଇଁ ଯୋଜନା ରହିଛି।

Tags: