ନବୀନ ନିବାସ ସାମ୍ନାରେ ଅରବିନ୍ଦ ସମର୍ଥକଙ୍କ ଭିଡ଼

ନବୀନ ନିବାସ ସାମ୍ନାରେ ଅରବିନ୍ଦ ସମର୍ଥକଙ୍କ ଭିଡ଼

ଭୁବନେଶ୍ୱର : ନବୀନଙ୍କୁ ଭେଟିବାକୁ ଆସିଛନ୍ତି ଅରବିନ୍ଦଙ୍କ ସମର୍ଥକ । ବିରାଟ ପଟୁଆରରେ ପାଟକୁରାରୁ ଶହ ଶହ ସମର୍ଥକ ଆସି ନବୀନ ନିବାସ ଆଗରେ ଭିଡ ଲଗାଇଛନ୍ତି । କାରଣ ଦର୍ଶାଅ ନୋଟିସ ନଦେଇ  କାହିଁକି ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରାଗଲା ତାହାକୁ ନେଇ ଜବାବ ଜାଣିବାକୁ ଆସିଛନ୍ତି ସମର୍ଥକ । ପାଟକୁରାକୁ ନ୍ୟାୟ ଦିଅ ବୋଲି ସମର୍ଥକ ମାନେ କହିଛନ୍ତି । ଅଭିଯୋଗ ଭିତ୍ତିହୀନ,ଅବିଚାର ହୋଇଛି ବୋଲି କହିଲେ ସମର୍ଥକ । ଏନେଇ ୧୦ ଜଣିଆ ଦଳ ଆଲୋଚନା ପାଇଁ ଶଙ୍ଖ ଭବନ ଯାଇଛି । ଅରବିନ୍ଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ସମର୍ଥକ ।  ବ୍ୟାପକ ସମର୍ଥକମାନେ ଭିଡ଼ ଲାଗିଥିବାରୁ ନବୀନ ନିବାସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିପାଇଁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । 

ସମ୍ବନ୍ଧିତ ଖବର ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି

Tags: