ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର
ଆଳି : ଖରସ୍ରୋତାରେ ଅଘଟଣ । ନଦୀ ଘାଟରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗଙ୍ଗାଧର ପ୍ରସାଦ ଡ଼ିଆ ଗାଁ ଖରସ୍ରୋତା ନଦୀ ପାର ହେବାକୁ ଘାଟରେ ଡଙ୍ଗା ପାଇଁ ଠିଆ ହୋଇଥିବାବେଳେ କୁମ୍ଭୀର ଟାଣିନେଇଥିବା ସୂଚନା ମିଳିଛି । ନିଖୋଜ ବ୍ୟକ୍ତି ହେଲେ ୬୦ ବର୍ଷିୟ ପାରେଶ୍ବର ବେହେରା । ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଳିପାରି ନାହିଁ ।
ଘଟନାନୁସାରେ, ଗଙ୍ଗାଧର ପ୍ରସାଦ ଡିଆ ଗାଁର ପରେଶ୍ୱର ଡଙ୍ଗାରେ ନଦୀ ପାର ହୋଇ ଆୟତ ବଜାର ଯିବା ପାଇଁ ନଦୀ ଘାଟରେ ଠିଆ ହୋଇଥିଲେ । ଠିକ୍ ଏହି ସମୟରେ ହଠାତ୍ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ନିଖୋଜ ବୃଦ୍ଧଙ୍କୁ ଖୋଜିବା ପାଇଁ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି ।
Tags:




