ମାଓଗଡ଼ରେ ଜନ୍ମଦିନ ପାଳିଲେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର
ମାଲକାନଗିରି : ଲାଲ ଗଡରେ କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଛତିଶଗଡ ମାଓ ମୁକ୍ତ ହେବା ପରେ ସଚିନ ତେନ୍ଦୁଲକର ପରିବାର ସହିତ ପହଞ୍ଚି ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହାସହ ଛତିଶଗଡ଼ ସିମାନ୍ତ ଦନ୍ତେୱାଡା ଜିଲ୍ଲାର ଛିନ୍ଦନାର ମାନଦେସି ଫାଉଣ୍ଡେସନ ଦ୍ୱାରା ନିର୍ମିତ ବହୁ-କ୍ରୀଡା ଗ୍ରାଉଣ୍ଡର ଉଦଘାଟନ କରିଥିଲେ । ଏହା ମାଲକାନଗିରିରେ ବନାଞ୍ଚଳ ଯୁବକମାନଙ୍କ ପାଇଁ ଏକ କ୍ରୀଡା ବିପ୍ଳବର ମୂଳଦୁଆ ହେବ ବୋଲି ତେନ୍ଦୁଲକର କହିଛନ୍ତି । ଏହି ଅବସରରେ ସଚିନଙ୍କ ସହ ମାନଦେସି ଫାଉଣ୍ଡେସନର ପ୍ରତିଷ୍ଠାତା ଚେତନା ସିହ୍ନା ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ତେନ୍ଦୁଲକର କହିଛନ୍ତି ଛିନ୍ଦନାର ଗାଁର ସ୍ୱାମୀ ଆତ୍ମନନ୍ଦ ହିନ୍ଦୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟ ଏକ ଐତିହାସିକ ପରିବର୍ତ୍ତନ ଦେଖିଛି ।ଦୁର୍ଗମ ଅଞ୍ଚଳର ୫୦ ଟି ଗାଁରେ ଖେଳ ପଡ଼ିଆ ବିକଶିତ କରାଯାଉଛି । ଯେଉଁ ଠାରେ କ୍ରିକେଟ ସହିତ ଫୁଟବଲ୍ ଏବଂ କବାଡି ଭଳି ଖେଳକୁ ମଧ୍ଯ ପ୍ରୋତ୍ସାହିତ କରାଯିବ । ଛାତ୍ରଛାତ୍ରୀଙ୍କୁ ଖେଳ ଓ ଅଧ୍ୟୟନ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ସଚିନ, ସାରା ଓ ସୋନିଆ ଉତ୍ସାହର ସହ ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରିଥିଲେ, ଯାହା ଆଦିବାସୀ ପିଲାଙ୍କ ମନବଳ ବୃଦ୍ଧି କରିଥିଲା । ଟଗ୍-ଅଫ୍-ୱାର୍, ଭଲିବଲ୍, ଦୌଡ଼ ଏବଂ ଖୋ-ଖୋ ଭଳି ଆକର୍ଷଣୀୟ ଖେଳ ଆୟୋଜନ କରାଯାଇଥିଲା ।



