ଗୋ ମାଫିଆଙ୍କ ଗାଡି ଧକ୍କାରେ ଗୋ-ରକ୍ଷକଙ୍କ ମୃତ୍ୟୁ

ଗୋ ମାଫିଆଙ୍କ ଗାଡି ଧକ୍କାରେ ଗୋ-ରକ୍ଷକଙ୍କ ମୃତ୍ୟୁ
Samaya Live News Picture
Published On

ସୋର : ବାଲେଶ୍ବର ସୋର ଅଂଚଳରେ ଅଘଟଣ । ଗୋରୁ ଗାଡି ଅଟକାଇବା ହେଲା କାଳ । ଗୋ ମାଫିଆଙ୍କ ଗାଡି ଧକ୍କାରେ ଜଣେ ଗୋ-ରକ୍ଷକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଏହି ଅଘଟଣ ଘଟିଛି । ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ଏସ୍‌ସିବି ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି । 

ସୂଚନାନୁସାରେ, ଗତକାଲି ବାଲେଶ୍ୱରରୁ ସୋରୋ ଅଭିମୁଖେ ଗୋରୁ ଚାଲାଣ ହେଉଥିବା ଖବର ପାଇ ପଂଚୁଲିଙ୍ଗେଶ୍ୱର ଅଂଚଳର ୨ଜଣ ଗୋ ରକ୍ଷକ କୃପାସିନ୍ଧୁ ବେହେରା ଓ ଲମ୍ବୋଧର ମହାପାତ୍ର ଏକ ବାଇକରେ ଗାଡିକୁ ପିଛା କରିଥିଲେ । ବାଲେଶ୍ୱର ଜିଲ୍ଲା ସୋର ପଣପଣା ନିକଟରେ ଗୋରୁ ଗାଡ଼ି ଅଟକାଇବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ଗୋରୁ ଗାଡିଟି ଖନ୍ତାପଡା ନିକଟରେ ୨ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର କୃପାସିନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ । ଲମ୍ବୋଦରଙ୍କ ଅବସ୍ଥା  ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ଓ ପରେ କଟକ ବଡ ଡ଼ାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଛି । ଖନ୍ତାପଡା ପୁଲିସ ଗୋରୁ ଗାଡିକୁ ଜବତ କରିଛି । 

 

 

Tags: