କୋଭିଡ ସତର୍କତା ,ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜରୁରୀ କାଳୀନ ବୈଠକ

କୋଭିଡ ସତର୍କତା ,ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜରୁରୀ କାଳୀନ ବୈଠକ
Samaya Live News Picture
Published On

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରେ ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା । ଯାହାକୁ ନେଇ ରାଜ୍ୟ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି । କରୋନା ସଂକ୍ରମଣରେ ଆନ୍ଧ୍ରପ୍ରଦେଶରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆନ୍ଧ୍ରରେ ପଜିଟିଭ୍ ଚିହ୍ନଟ ପରେ ପୁରା ଆକ୍ସନରେ ରାଜ୍ୟ ସରକାର । ଖାସ କରି ଆଗକୁ ରଥଯାତ୍ରା ଥିବାରୁ ରାଜ୍ୟ ସରକାର ଅଧିକ ସଜାଗ ହୋଇଛନ୍ତି । କୋଭିଡ ସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକିଛନ୍ତି ବଡ଼ ବୈଠକ ।

ମଙ୍ଗଳବାର ସକାଳ ସାଢେ ୧୧ଟା ସମୟରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସ୍ୱାସ୍ଥ୍ୟ ନିର୍ଦେଶକ ,ଜନସ୍ୱାସ୍ଥ୍ୟ ନିର୍ଦେଶକ ,ସ୍ୱାସ୍ଥ୍ୟ ସଚିବଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ଆଗକୁ ରଥଯାତ୍ରା ଆସୁଛି । ଏଥିପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ମଧ୍ୟ ହେବ । ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ଆଗୁଣ କଣ ସବୁ ପଦକ୍ଷେପ ନିଆଯାଇଛି । ଏହାସହିତ ଆଗକୁ ଆଉ କଣ ସବୁ ପଦକ୍ଷେପ ନିଆଯିବ । ସେନେଇ ମଧ୍ୟ ଆଲୋଚନା ଚାଲିଛି । 

ସେପଟେ, ପଡୋଶୀ ଆନ୍ଧ୍ରପ୍ରଦେଶ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି​ ଓଡ଼ିଶା ସୀମାନ୍ତ ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଛି । ଦୁଇ ରାଜ୍ୟ ମଧ୍ୟରେ ଯାତାୟାତ ଅଧିକ ରହୁଥିବାରୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ) ଜିଲାର ସମସ୍ତ ଡାକ୍ତରଖାନାକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲାରେ କୋଭିଡ୍ ପରୀକ୍ଷା ଉପରେ ଜୋର୍ ଦିଆଯାଇଛି । ଡାକ୍ତରଖାନାକୁ ଆସୁଥିବା ସମସ୍ତ ଗୁରୁତର ଶ୍ୱାସକ୍ରିୟା ଜନିତ ରୋଗୀଙ୍କ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଥିବା ଅତିକମରେ ଶତକଡ଼ା ୫ ଭାଗ ରୋଗୀଙ୍କର ନିୟମିତ ବ୍ୟବଧାନରେ କରୀକ୍ଷା କରିବାକୁ କୁହାଯାଇଛି ।

ସମସ୍ତ ଚିକିତ୍ସାଳୟରେ ଆଇସୋଲେସନ ୱାର୍ଡ, ଅକ୍ସିଜେନ ସପୋର୍ଟ ବେଡ୍‌ ଏବଂ ଆବଶ୍ୟକୀୟ ଔଷଧ ମହଜୁଦ୍ ରଖିବାକୁ କୁହାଯାଇଛି । ଡାକ୍ତରଖାନାରେ ଥିବା ପିଏସଏ ଅକ୍ସିଜେନ ପ୍ଲାଣ୍ଟ, ସିଲିଣ୍ଡର ଏବଂ କନସେନଟ୍ରେଟରଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । 

Tags: