ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
By: Samaya Live News
ଯାଜପୁର : ହସ ଖୁସି ଭିତରେ ଲିଭିଗଲା ଦୁଇଟି ଜୀବନ। ପାରିବାରିକ କଳହରୁ ଦମ୍ପତିଙ୍କ ଆତ୍ମହତ୍ୟା । ଘରେ ଅଢେଇ ବର୍ଷର ପୁଅକୁ ଛାଡି ନେଇଛନ୍ତି ଚରମ ନିଷ୍ପତି । ଘର ଭିତରୁ ଉଦ୍ଧାର ହୋଇଛି ଦମ୍ପତିଙ୍କ ଝୁଲନ୍ତା ମୃତଦେହ । ଏଭଳି ଏକ ଅଭବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ କୁକୁଡ଼ା ଖେଳେଇ ଗାଁରେ । ଗତ ୨ ଦିନ ଧରି ଗାଁରେ ଅଷ୍ଟପ୍ରହରୀ ଚାଲିଥିବାବେଳେ ଉଭୟେ ଭୋଜି ଖାଇ ହସ ଖୁସିରେ ଘରକୁ ଫେରିଥିଲେ । ତେବେ ହଠାତ କାହିଁକି ଏଭଳି ଚରମ ନିଷ୍ପତି ନେଲେ ତାହା ଅସ୍ପଷ୍ଟ ରହିଛି । ମୃତକ ହେଲେ ଗାଁର ଜର୍ଜ ମଲିକ ଏବଂ ସ୍ତ୍ରୀ ଝରଣା ମଲିକ। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘରକୁ ସିଲ କରି ଅଧିକ ତଦନ୍ତ ଚଳାଇଛି।
ସମ୍ବନ୍ଧିତ ଖବର ଯୁଦ୍ଧର ପ୍ରଭାବ ବଢ଼ିଲା ସୁନା ଦର
ସମ୍ବନ୍ଧିତ ଖବର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ
Tags:



